ବେଆଇନ ଫାଇବର କାରଖାନା ଉଚ୍ଛେଦ ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ପଞ୍ଚାୟତର ଶତାଧିକ ମହିଳା

You are currently viewing ବେଆଇନ ଫାଇବର କାରଖାନା ଉଚ୍ଛେଦ ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ପଞ୍ଚାୟତର ଶତାଧିକ ମହିଳା

ଅନୁଗୁଳ: ବେଆଇନ ଫାଇବର କାରଖାନା ଉଚ୍ଛେଦ ପାଇଁ ସ୍ଥାନୀୟ ବଅଁରପାଳ ବ୍ଲକ ନୂଆହତା ପଞ୍ଚାୟତର ଶତାଧିକ ମହିଳା ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି।

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ନୂଆହତା ପଞ୍ଚାୟତରେ ବେଆଇନଭାବେ ଏକ ଫାଇବର କାରଖାନା ଗଢିଉଠିଛି। ଏହାକୁ ପଞ୍ଚାୟତବାସୀ ବିରୋଧ କରୁଛନ୍ତି। କାରଣ ଫାଇବର କାରଖାନାରୁ ବାହାରୁଥିବା ଦୁର୍ଗନ୍ଧ ସହିତ ଚର୍ମ ରୋଗରେ ପୀଡ଼ିତ ହେଉଥିବା ନେଇ ସ୍ଥାନୀୟ ଲୋକ ଅଭିଯୋଗ ଆଣିଛନ୍ତି। ଏହି ବାବଦରେ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜି ଶତାଧିକ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଜିଲ୍ଲାପାଳଙ୍କ ଠାରୁ ସନ୍ତୋଷ ଜନକ ଉତ୍ତର ମିଳି ନ ଥିବା ସେମାନେ କହିଛନ୍ତି। ଏହାକୁ ପ୍ରଶାସନ ସମାଧାନ ନ କଲେ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Share

Leave a Reply