solar

ଅନୁଗୁଳରେ ଗାନ୍ଧୀ ଜୟନ୍ତୀ ସମାରୋହ

0

ଅନୁଗୁଳ: ଅନୁଗୁଳ ଗାନ୍ଧୀ ପାର୍କରେ ଜିଲ୍ଲା ସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ମହାତ୍ମା ଗାନ୍ଧୀ ଏବଂ ସାସ୍ତ୍ରୀଜୀଙ୍କ ପ୍ରତିମୂର୍ତ୍ତି ଏବଂ ଫୋଟୋରେ ମାଲ୍ୟାର୍ପଣ କରି ଉଭୟ ମହାପୁରୁଷଙ୍କ ତ୍ୟାଗ ଓ ବଳିଦାନର ସୀମା ନାହିଁ ବୋଲି କହିଥିଲେ।ଦେଶର ସ୍ୱାଧୀନତ। ଆନ୍ଦୋଳନରେ ଉଭୟଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥୀ,ଉପଜିଲ୍ଲାପାଳ ବାସୁଦେବ ଶତପଥୀଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ,ସହରର ବୁଦ୍ଧିଜୀବୀ ଏବଂ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଦୁଃଖବନ୍ଧୁ ମାଝି ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.