ଅବକାରୀ ବିଭାଗର ମାତ୍ରାଧିକ କାର୍ଯ୍ୟ ବିରୁଦ୍ଧରେ ଅଭିଯୋଗ

You are currently viewing ଅବକାରୀ ବିଭାଗର ମାତ୍ରାଧିକ କାର୍ଯ୍ୟ ବିରୁଦ୍ଧରେ ଅଭିଯୋଗ

ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତୁଳିଆ ପଞ୍ଚାୟତ ଗଞ୍ଜଡା କଇଥ ସାହିରେ ଜାନୁୟାରୀ ୭ ତାରିଖ ସକାଳେ ଅବକାରୀ ବିଭାଗର କର୍ମଚାରୀ ମାନେ ଚେକିଂ ଆଳରେ ମାରପିଟ୍ ଓ ଗାଳିଗୁଲଜ କରିବା ଅଭିଯୋଗ ହୋଇଛି। ଅବକାରୀ ବିଭାଗର କର୍ମଚାରୀମାନେ ଦୁଇଟି ଵଲେରୋ ଗାଡ଼ିରେ ଆସି ଗାଁର ପ୍ରଦୀପ ଦେହୁରୀଙ୍କୁ ଉଠାଇ ନେବା ସହ ତାଙ୍କ ସ୍ତ୍ରୀ ମିନତିଙ୍କୁ‌ ବାଡେଇ ଲହୁ ଲୁହାଣ କରିଦେଇଥିଲେ। ପ୍ରତିବାଦ କରିବାରୁ ମିନତିଙ୍କ ଭଉଣୀ ଲୁସିକା ପ୍ରଧାନଙ୍କୁ ମଧ୍ୟ ସେମାନେ ନିସ୍ତୁକ ପିଟିବା ସହ ଅଭଦ୍ର ଭାଷାରେ ଗାଳି ଗୁଲଜ କରିଥିଲେ। ପ୍ରଦୀପ କୌଣସି ଚୋରା ମଦ କାରବାର କରୁନଥିବା ବେଳେ ତାଙ୍କ ପରିବାର ଉପରେ ଏଭଳି ଆକ୍ରମଣକୁ ପରିବାର ଲୋକେ ଏବଂ ଗ୍ରାମବାସୀ ନିନ୍ଦା କରିବା ସହ ବିଭାଗୀୟ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

Share

Leave a Reply