ଡ଼କାୟତି ଯୋଜନା ପଣ୍ଡ, ୫ ଗିରଫ

You are currently viewing ଡ଼କାୟତି ଯୋଜନା ପଣ୍ଡ, ୫ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଞ୍ଚମହଲାଠାରେ ବୁଧବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଡ଼କାୟତି ଯୋଜନାକୁ ପଣ୍ଡ କରିବାରେ ପୁଲିସ ସଫଳ ହୋଇଛି। ପୁଲିସ ଏଥିରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରିଛି। ସୂଚନା ଯେ, ସଦର ଥାନା ଅନ୍ତର୍ଗତ କୁମଣ୍ଡ ଗାଁର ବିଦ୍ୟାପତି ନାଏକ(୨୫), ସୁବାଷ ସାହୁ(୨୮), ନିଶା ଥାନା ଅଞ୍ଚଳର ପ୍ରମୋଦ ବେହେରା(୨୪), ଠାକୁରଗଡ଼ ଥାନା ଅଞ୍ଚଳ ପାଇକସାହି ଗାଁର ରଣଜିତ ବେହେରା(୨୪) ଓ କୋଲିୟରୀ ଥାନା ଅଞ୍ଚଳର କଳମଛୁଇଁ ଗାଁର ନିର୍ମଳ ଭୋଇ(୨୨) ପଞ୍ଚମହଲା ପଡ଼ିଆରେ ବସି ଏକ ବଡ଼ ଧରଣର ଡ଼କାୟତି ଯୋଜନା କରୁଥିଲେ। ଏ ନେଇ ପୁଲିସ ସୂଚନା ପାଇବାପରେ ଦଳବଳ ନେଇ ସଦର ପୁଲିସ ଚଢ଼ାଉ କରିଥିଲା। ସେମାନଙ୍କଠାରୁ ଏକ ନମ୍ବର ବିହିନ ପକ୍ ଅପ୍ ଭ୍ୟାନ, ୩ଟି ବାଇକ୍। ଯେଉଁଥିରୁ ୨ଟି ଚୋରା ବାଇକ୍ ଅଟେ। ଗ୍ୟାସ କଟର ସରଞ୍ଜାମ, ଭୂଜାଲି, ରଙ୍ଗ ଓ ପାଇପ୍ ଜବତ କରିଛି। ଏ ନେଇ ଥାନା କେସ ନଂ ୩୫୯/୨୨ରେ ଏକ ମାମଲା ରୁଜୁ କରି ୫ ଜଣଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ସତ୍ୟବ୍ରତ ରାଉତ ସୂଚନା ଦେଇଛନ୍ତି।

Share

Leave a Reply