ଅନୁଗୁଳ: ଆଜି ଅନୁଗୁଳ ନୂତନ ବସଷ୍ଟାଣ୍ଡ ଠାରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ( ଓଏସଆରଟିସି) ର ଏକ କମ୍ପ୍ୟୁଟର ବୁକିଂ କେନ୍ଦ୍ର ଉଦଘାଟିତ ହୋଇଛି। ଅନୁଗୁଳର ମୋଟର ଯାନ ଇନ୍ସପେକ୍ଟର ବିଭୂରଞ୍ଜନ ନାୟକ ଏହାକୁ ଉଦଘାଟନ କରିଛନ୍ତି। ଓଏସଆରଟିସି ପକ୍ଷରୁ ଅନୁଗୁଳରୁ ଜୟପୁର, ଦାମନଯୋଡ଼ି, ଫୁଲବାଣୀ, ରାଉରକେଲା, ବଲାଙ୍ଗୀର ଆଦି ଜିଲ୍ଲାକୁ ବସ ଚଳାଚଳ ହେଉଛି। ଏଣୁ ନୂତନ ବସଷ୍ଟାଣ୍ଡ ଠାରେ ଏହି ବୁକିଙ୍ଗ ସେଣ୍ଟର ଲୋକଙ୍କୁ ଅଧିକ ସୁବିଧା ପ୍ରଦାନ କରିବ ବୋଲି ଶ୍ରୀ ନାୟକ କହିଛନ୍ତି। ଆଜିର କାର୍ଯ୍ୟକ୍ରମରେ ଆଞ୍ଚଳିକ ପରିବହନ କେନ୍ଦ୍ର ଓ ଓଏସଆରଟିସିର କର୍ମକର୍ତ୍ତା ଉପସ୍ଥିତ ଥିଲେ।
ଅନୁଗୁଳ ନୂତନ ବସଷ୍ଟାଣ୍ଡ ଠାରେ ଓଏସଆରଟିସି ପକ୍ଷରୁ କମ୍ପ୍ୟୁଟର ବୁକିଂ କେନ୍ଦ୍ର ଉଦଘାଟିତ
