ଆଠମଲ୍ଲିକର ଶତାୟୁ ମହିଳାଙ୍କୁ ସମ୍ବର୍ଦ୍ଧିତ କଲେ ଉପଜିଲ୍ଲାପାଳ, ସୁସ୍ଥ ଜୀବନ ପାଇଁ କଲେ କାମନା

You are currently viewing ଆଠମଲ୍ଲିକର ଶତାୟୁ ମହିଳାଙ୍କୁ ସମ୍ବର୍ଦ୍ଧିତ କଲେ ଉପଜିଲ୍ଲାପାଳ, ସୁସ୍ଥ ଜୀବନ ପାଇଁ କଲେ କାମନା

ଆଠମଲ୍ଲିକ: ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ଆଠମଲ୍ଲିକ ବ୍ଲକ ଷୋଳପଦା ଅଞ୍ଚଳ ଠାକୁରଗଡ଼ ଗ୍ରାମ ଉପକଣ୍ଠ ପୁରୁଣାପାଣିର ଶତାୟୁ ମହିଳା ଶଶୀ ସାହୁ (୧୦୬) ଙ୍କୁ ଆଠମଲ୍ଲିକ ଉପ ଜିଲ୍ଲାପାଳ ଡ. ଜିତେନ୍ଦ୍ର ପାତ୍ର ସମ୍ମାନିତ କରିଛନ୍ତି। ଆଜି ଉପଜିଲ୍ଲାପାଳ ତାଙ୍କ ବାସଭବନରେ ପହଞ୍ଚି ଶ୍ରୀମତୀ ସାହୁଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକାନ ଦେଇ ସମ୍ମାନିତ କରିଥିଲେ।
ସୂଚନାଯୋଗ୍ୟ ଯେ, ଆଠମଲ୍ଲିକ ବିଧାନସଭା କ୍ଷେତ୍ରର ୧୪ ଜଣ ବରିଷ୍ଠ ନାଗରିକଙ୍କୁ ଉପ ଜିଲ୍ଲାପାଳ ସମ୍ମାନିତ କରିଛନ୍ତି। ଶଶୀ ସାହୁଙ୍କ ୫ ଜଣ ପୁଅ, ୨ ଜଣ ଝିଅ ଓ ୨୪ଜଣ ନାତି ନାତୁଣୀ ଅଛନ୍ତି। ସେ ବର୍ତ୍ତମାନ ଠିକ୍ ଭାବରେ କଥା କହି ପାରୁଛନ୍ତି। ଉପଜିଲ୍ଲାପାଳ ତାଙ୍କର ନିରାମୟ ଜୀବନ ଓ ଦୀର୍ଘାୟୁ କାମନା କରିଛନ୍ତି।

Share

Leave a Reply