ଜମିହରା କ୍ଷତିଗ୍ରସ୍ତ ପ୍ରଜାଙ୍କ ଅସାମ୍ବିଧାନିକ ଗିରଫଦାରୀକୁ ନିନ୍ଦା, ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କଲେ ଗ୍ରାମବାସୀ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ହେଂସମୂଳ ପଞ୍ଚାୟତ ସରପଞ୍ଚ ସମିତିସଭ୍ୟଙ୍କ ସମେତ ୧୦୨ ଜଣ ଜମିହରା ଗ୍ରାମବାସୀଙ୍କୁ ପୋଲିସ୍ ଗିରଫ କରିବା ପ୍ରତିବାଦରେ ନିନ୍ଦା ପ୍ରସ୍ତାବ କରିବା ସହ ୪ ଦଫା ଦାବି କରି ଗ୍ରାମବାସୀ ତାଳଚେର ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି।

ପ୍ରକାଶ ଥାଉ କି, ହେଂସମୂଳ ପଞ୍ଚାୟତରେ ସମସ୍ତ ଗ୍ରାମଗୁଡ଼ିକର ଚାଷଜମି, ଘରଡ଼ିହ ଓ ବାସଗୃହ ଏମସିଏଲ୍ ୩ଟି ଖଣି ଭୁବନେଶ୍ୱରୀ, ଲିଙ୍ଗରାଜ ଓ ଅନନ୍ତ ଖଣି ଅଧିଗ୍ରହଣ କରାଯାଇ ୪୦ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଏମସିଏଲ ନିରବଚ୍ଛିନ୍ନଭାବେ କୋଇଲା ଉତ୍ପାଦନ କରି ଆସୁଥିଲେ ହେଁ କ୍ଷତିଗ୍ରସ୍ତ ପ୍ରଜାଙ୍କ ନିଯୁକ୍ତି ଓ କ୍ଷତିପୂରଣ ବାବଦ ରାଶିରେ ଟାଳଟୁଳି ନୀତି ଅବଲମ୍ବନ କରୁଛନ୍ତି। ଏ ନେଇ ସେମାନେ ବାରମ୍ବାର ପ୍ରଶାସନ, କୋଇଲା ଖଣି କର୍ତ୍ତୃପକ୍ଷଙ୍କୁ ଅବଗତ କରାଉଥିଲେ ମଧ୍ୟ ସେମାନଙ୍କ କଥା କେହି କର୍ଣ୍ଣପାତ କରୁନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମର ଶହଶହ ଯୁବକ, ଯୁବତୀ ବେକାର ହୋଇ ବସିଥିଲେ ହେଁ ସେଠାରେ ଗଢ଼ି ଉଠିଥିବା ସାଇଲୋରେ ଠିକା କର୍ମଚାରୀ ଭାବେ ନିଯୁକ୍ତି ଦେଉନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ତୁରନ୍ତ ସେମାନଙ୍କୁ ଥଇଥାନ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି। ୪ ଦଫା ଦାବି ଗୁଡ଼ିକ ଅଗଣତାନ୍ତ୍ରିକ ଭାବେ ଗିରଫ କରାଯାଇଥିବା ୧୦୨ ଜଣଙ୍କୁ ତୁରନ୍ତ ଛଡ଼ାଯାଉ, ବେକାର ଯୁବକ/ଯୁବକମାନଙ୍କୁ ଭୁବନେଶ୍ୱରୀ ସାଇଲୋରେ ଠିକା ନିଯୁକ୍ତି ପ୍ରଦାନ କରାଯାଉ, ଖଣି ଅଞ୍ଚଳରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଉ, ସରକାରଙ୍କ ନିୟମ ଅନୁଯାୟୀ ଖଣି ଅଞ୍ଚଳରେ ବ୍ୟବସ୍ଥିତ ଥିବା ଆରପିଡ଼ିିଏସି, ସବକମିଟି, ପିଏଲଆରଆରସି ବୈଠକ ଧାର୍ଯ୍ୟ ସମୟରେ କରାଯାଇ ସମସ୍ୟାକୁ ଯୁଦ୍ଧକାଳୀନ ଭିତରେ ସମାଧାନ କରାଯାଉ ବୋଲି ଦାବି କରିଛନ୍ତି।

Leave A Reply

Your email address will not be published.

error: Content is protected !!