ପୌରପାଳିକାରେ ବାର୍ କାଉନସିଲ୍ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା

You are currently viewing ପୌରପାଳିକାରେ ବାର୍ କାଉନସିଲ୍ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା

ଅନୁଗୁଳ: ପୌରପାଳିକା ସଭା କକ୍ଷରେ ଆଜି ନବନିର୍ବାଚିତ ରାଜ୍ୟ ବାର୍କା ଉନସିଲ ଅଧ୍ୟକ୍ଷ ସିତାଂଶୁ ମୋହନ ଦ୍ବିବେଦୀଙ୍କୁ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ସମାରୋହରେ ପୌରାଧକ୍ଷ ଅକ୍ଷୟ କୁମାର ସାମନ୍ତ ଓ ଅନୁଗୁଳ ବାର୍ ସଭାପତି ଦିଲୀପ କୁମାର ସାହୁ ଯୋଗ ଦେଇ ସିତାଂଶୁଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଧିତ କରିଥିଲେ। ପୌରାଧକ୍ଷ ଶ୍ରୀ ସାମନ୍ତ ଶ୍ରୀ ଦ୍ବିବେଦୀକୁ ଅନୁଗୁଳ ମାଟିର ବରପୁତ୍ର ଏବଂ ଏହି ପଦବୀ ଦଖଲ କରିବାରେ ସେ ଅନୁଗୁଳର ପ୍ରଥମ ଆଇନଜୀବି ବୋଲି ପ୍ରକାଶ କରିଥିଲେ।ଅନୁଗୁଳ ବାର୍ ତାଙ୍କ ଦ୍ଵାରା ଅନେକ ସୁବିଧା ପାଇପାରିବ ବୋଲି ସେ କହିଥିଲେ।ସଭାରେ ପୂର୍ବତନ ପୌରଧ୍ୟକ୍ଷା ସୁକାନ୍ତି ଦାସ,ପୂର୍ଣ୍ଣଚନ୍ଦ୍ର ରାଉତ,ବିନୋଦିନୀ ଦାସଙ୍କ ସମେତ ଅନେକ କାଉନସିଲର ଓ ସହରବାସୀ ଯୋଗ ଦେଇଥିଲେ। ଏହାର ଉତ୍ତରରେ ଶ୍ରୀ ଦ୍ବିବେଦୀ ଅନୁଗୁଳର ମଙ୍ଗଳ ତଥା ଆଇନଜୀବିଙ୍କ ଉନ୍ନତି ପାଇଁ ସେ ସବୁବେଳେ କାମ କରିବେ ବୋଲି କହିଥିଲେ।ଏଠାରେ ସୂଚନା ଯୋଗ୍ୟ ଶ୍ରୀ ଦ୍ବିବେଦୀ ଜରାସିଂହା ଗ୍ରାମରେ ଜନ୍ମ ହୋଇଥିଲେ।ଅନୁଗୋଳ କଲେଜ୍ ରୁ ଉଚ୍ଚ ଶିକ୍ଷା ପରେ ସେ ଏମଏଏଲଏଲଏମ ଯୋଗ୍ୟତା ହାସଲ କରି ଆଇନଜୀବିକୁ ସେ ପେଶା ,ଭାବେ ଆପଣେଇଥିଲେ ।

Share

Leave a Reply