୨ୟ ସ୍ୱୟଂଶ୍ରୀ ନୃତ୍ୟ ମହୋତ୍ସବ ଉଦଯାପିତ, ବିଭିନ୍ନ ପାରମ୍ପରିକ ନୃତ୍ୟ ଉପଭୋଗ କଲେ ଦର୍ଶକ

You are currently viewing ୨ୟ ସ୍ୱୟଂଶ୍ରୀ ନୃତ୍ୟ ମହୋତ୍ସବ ଉଦଯାପିତ, ବିଭିନ୍ନ ପାରମ୍ପରିକ ନୃତ୍ୟ ଉପଭୋଗ କଲେ ଦର୍ଶକ

ତାଳଚେର:ତାଳଚେର ପୌରାଞ୍ଚଳ ଅନ୍ତର୍ଗତ ରେମୁଆଁ ସ୍ଥିତ ସୌଭାଗ୍ୟ ମଣ୍ଡପ ଠାରେ ୨ୟ ସ୍ୱୟଂଶ୍ରୀ ନୃତ୍ୟ ମହୋତ୍ସବ ଉଦ୍ଯାପିତ ହୋଇଛି।
ଦୁଇ ଦିନ ଧରି ଚାଲିଥିବା ଏହି ନୃତ୍ୟ ମହୋତ୍ସବର ପ୍ରଥମ ଦିବସରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ସଭାପତି ସୁରେଶ ଚନ୍ଦ୍ର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ନୃତ୍ୟ ମହୋତ୍ସବରେ ଅନ୍ୟତମ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ମାନସ ରଂଜନ ବାରିକ୍, ନଗରପାଳ ପବିତ୍ର ଭୂତିଆ, ନୃତ୍ୟ ଗୁରୁ ପ୍ରତିଭା ପଣ୍ଡା, ଡ. ସୁଜାତା ମିଶ୍ର ଯୋଗଦେଇଥିଲେ । ଶେଷରେ ସାଂସ୍କୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଓଡିଶା ଡ୍ୟାନ୍ସ ଏକାଡେମୀର କଳାକାର ନୀଳାଦ୍ରି ସାମଲ ଓ ବିନାୟକ ସାମଲ ଓଡିଶୀ ନୃତ୍ୟ, ପୁରୀ ରଘୁରାଜପୁର ପୁରୀର ଗୋଟି ପୁଅ ନୃତ୍ୟ ଏବଂ ତନୟା ମିଶ୍ର ଓ ଆୟୁଶୀ ନାଏକ ଓଡିଶୀ ନୃତ୍ୟ ପରିବେଷଶ କରିଥିଲେ।

ସେହିପରି ଉଦଯାପନୀ ଦିବସରେ ଅତିଥି ଭାବେ ସାମ୍ବାଦିକ ଧୀରମୋହନ ରାୟ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ପୂର୍ବତନ ବିଭାଗୀୟ ମୁଖ୍ୟ ଡ. ସ୍ନେହଲତା ସାମନ୍ତରାୟ, ଗୁରୁ ସିକତା ଦାସ, ଗୁରୁ ଡ. ଗଜେନ୍ଦ୍ର ପଣ୍ଡା, ଗୁରୁ ଚପଳା ମିଶ୍ର, ଗୁରୁ ଧନେଶ୍ୱର ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ମିନାକ୍ଷୀ ଜେନା, ଉର୍ଜା ଶର୍ମା, ତ୍ରିଧାରା ଅନୁଷ୍ଠାନ ଓ ସ୍ୱୟଂଶ୍ରୀ ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା। ସଂଜୀବ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସଂପାଦକ ଗୁରୁ ଶଙ୍କର ବାଇ, ସୁମନ୍ତ ପ୍ରଧାନ, ଲିପିକା ଚାନ୍ଦ, ଶ୍ୱେତା ଖୁଣ୍ଟିଆ, ଝରଣା ନାଏକ, ସୁବାଶିନୀ ଦ୍ୱିବେଦୀ, ସରିତା ଗାଆଣ, ସୁଚିତ୍ରା ସାହୁ, ବସନ୍ତ ନାଏକ, ଟଙ୍କଧର ଶତପଥି, ସୁନିଲ୍ ସାହୁ, ସସ୍ମିତା ଗାଆଣ, ରାକେଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply