ବିଘ୍ନ ବିନାଶକ ଗଣପତିଙ୍କ ମେଳଣ, ସାମିଲ ହୋଇଛନ୍ତି ସହରର ସମସ୍ତ ୧୫ଟି ମେଢ଼

You are currently viewing ବିଘ୍ନ ବିନାଶକ ଗଣପତିଙ୍କ ମେଳଣ, ସାମିଲ ହୋଇଛନ୍ତି ସହରର ସମସ୍ତ ୧୫ଟି ମେଢ଼

ଅନୁଗୁଳ: ଆଜି ମେଲାଣି ନେବେ ବିଘ୍ନ ବିନାଶକ ଗଣପତି। ଗତ ୭ ଦିନ ହେଲା ଅନୁଗୁଳର ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଥିବା ୧୫ଟି ଗଣେଶଙ୍କ ମେଢ଼କୁ ନେଇ ଚାଲିଛି ଆଜି ମେଳଣ ଅନୁଷ୍ଠିତ ହୋଇଛି। ସମସ୍ତ ମେଢ଼କୁ ନେଇ ଗଠିତ ହୋଇଛି ସେଣ୍ଟ୍ରାଲ ପୂଜା କମିଟି।

ସେଣ୍ଟ୍ରାଲ ପୂଜା କମିଟିର ସଭାପତି ରଶ୍ମି ରଞ୍ଜନ ସାମଲ କହିଛନ୍ତି ଯେ ମେଳଣ କାର୍ଯ୍ୟକ୍ରମ ଥାନା ଛକ ଠାରୁ ବାହାରି ରାଜା ଛକ ହୋଇ ସଞ୍ଜିବନୀ ମାର୍କେଟ, ବଜାର ଛକ ପର୍ଯ୍ୟନ୍ତ ଯିବ। କାର୍ଯ୍ୟକ୍ରମରେ ସମ୍ବଲପୁର, କଳାହାଣ୍ଡି, ପୁରୀର ନୃତ୍ୟଶିଳ୍ପୀମାନେ ଯୋଗ ଦେଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସମସ୍ତ ମେଢ଼କୁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଇଛି। ସେଣ୍ଟ୍ରାଲ ଲଜ୍ ପାଖରେ ଏକ କଣ୍ଟ୍ରୋଲ ରୁମ୍ କରାଯାଇଛି। ସେଠାରେ ଜିଲ୍ଲା ପ୍ରଶାସନ ବିଜେତା ମେଢ଼କୁ ପୁରସ୍କୃତ କରିବ ବୋଲି ଜଣାଯାଇଛି।

Share

Leave a Reply