ସାଇନସ୍ ଷ୍ଟଡି ସେଣ୍ଟର ପକ୍ଷରୁ ସମ୍ବର୍ଦ୍ଧନା ସମାରୋହ

You are currently viewing ସାଇନସ୍ ଷ୍ଟଡି ସେଣ୍ଟର ପକ୍ଷରୁ ସମ୍ବର୍ଦ୍ଧନା ସମାରୋହ

ଅନୁଗୁଳ: ସ୍ଥାନୀୟ ଏକ ହୋଟେଲରେ ଅମଲାପଡ଼ା ସାଇନସ୍ ଷ୍ଟଡି ସେଣ୍ଟର ପକ୍ଷରୁ ଏକ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇ ଯାଇଛି। ସେଣ୍ଟର ପରିଚାଳକ ମଳୟ କୁମାର ଦାଶଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମାରୋହରେ ସମସ୍ତ ବିଭାଗୀୟ ଅଧ୍ୟାପକ ଯୋଗ ଦାନ କରିଥିଲେ। ଅଧ୍ୟାପକମାନେ କୃତି ଛାତ୍ରଛାତ୍ରୀଙ୍କୁ ସ୍ଵାଗତ କରିବା ସହ କଠିନ ପରିଶ୍ରମ ହିଁ ସବୁ ସଫଳତାର ଚାବିକାଠି ବୋଲି କହିଥିଲେ। ପାଠ ପଢା ବ୍ୟତୀତ ପ୍ରତିଦିନ କିଛି ସମୟ ବ୍ୟାୟାମ,ଯୋଗ ଅବା ଧ୍ୟାନ କରିବାକୁ ସେମାନେ ପରାମର୍ଶ ଦେଇଥିଲେ।

ସମାରୋହରେ ୨୦୨୪ ଓ ୨୦୨୫ ମସିହାର କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। ଯୁକ୍ତ ଦୁଇ ବିଜ୍ଞାନରେ ୮୫ ପ୍ରତିଶତ ବା ତଦୁର୍ଦ୍ଧ ରଖିଥିବା  ସମସ୍ତ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ୨୦୨୫ ରେ ସେଣ୍ଟରର ଛାତ୍ର ଗୌରୀ ଶଙ୍କର ନନ୍ଦ ୫୭୫ ନମ୍ବର ରଖି ଜିଲ୍ଲା ଟପର ହୋଇଥିବାବେଳେ ଅବିନାଶ ମିଶ୍ର ୫୪୫ ଓ ଅମ୍ଳାନ ଆଶୁତୋଷ ସେନାପତି ୫୪୦ ନମ୍ବର ରଖି ଦ୍ଵିତୀୟ ଓ ତୃତୀୟ ,୨୦୨୪ ରେ ହେଲିନ ସ୍ୱାଇଁ ୫୩୭,ପ୍ରଦ୍ୟୁମ୍ନ କୁମାର ପ୍ରଧାନ ୫୨୮ ଏବଂ ଦେଵ ପ୍ରସାଦ ଗାଆଣ ୫୨୧ ନମ୍ବର ରଖି ଯଥା କ୍ରମେ ୧ମ,୨ୟ ଓ ୩ୟ ହୋଇଥିବାରୁ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା। ସୂଚନା ଯୋଗ୍ୟ ୨୦୨୩ ରେ ସେଣ୍ଟରର ଛାତ୍ରୀ ସ୍ଵାତୀ ସ୍ୱାଗତିକା ଆଚାର୍ଯ୍ୟ ରାଜ୍ୟ ଟପର ହୋଇଥିଲେ। ଛାତ୍ର ବିଷ୍ଣୁ ପ୍ରସାଦ ଚଇନି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଶେଷରେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Share

Leave a Reply