ଭୁବନେଶ୍ୱର: ଆସନ୍ତା ୯ରେ ଶ୍ରମିକ ସଂଗଠନର ବନ୍ଦ ଡାକରା। ୧୭ ଦଫା ଦାବିକୁ ନେଇ ଦିଆଯାଇଥିବା ଏହି ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସ ପୂର୍ଣ୍ଣ ସମର୍ଥନ ଜଣାଇଛି। ଗରିବ ଖଟିଖିଆ ଶ୍ରମିକଙ୍କ ଠାରୁ ଆରମ୍ଭ କରି କୃଷକ ଓ ଖାଉଟିଙ୍କ ସ୍ୱାର୍ଥକୁ ରକ୍ଷା କରିବା ପାଇଁ ଏହି ବନ୍ଦ ଡାକରା ଦିଆଯାଇଛି।
ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇବା ସହ ଜିଲ୍ଲା କଂଗ୍ରେସ, ବ୍ଲକ, ମ୍ୟୁନିସିପାଲଟି, ଏନ୍ଏ.ସି. ତଥା ପଂଚାୟତରେ କଂଗ୍ରେସ ନେତୃବର୍ଗ ଓ କର୍ମୀମାନେ ପୂର୍ଣ୍ଣ ସମର୍ଥନ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।