ଅନୁଗୁଳ: ଅନୁଗୁଳ ଗୋପବନ୍ଧୁ ପାର୍କରେ ସ୍ଥାପିତ ନବକୃଷ୍ଣ ଚୌଧୁରୀଙ୍କ ପ୍ୟାଣ୍ଟ ସାର୍ଟ ପିନ୍ଧା ପ୍ରତିମୂର୍ତ୍ତିକୁ ନେଇ ବିବାଦ ଜୋର ଧରିଛି। ଜିଲ୍ଲାର ସବୁ ମହଲରେ ଏହାକୁ ବିରୋଧ କରାଯାଇଛି। ନବକୃଷ୍ଣ ଚୌଧୁରୀ ଜଣେ ଗାନ୍ଧି ବାଦୀ ନେତା ଥିଲେ। ସେ ସବୁ ବେଳେ ଧୋତି କୁର୍ତ୍ତା ପରିଧାନ କରୁଥିଲେ। ଏଭଳି କି ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ବେଳେ ମଧ୍ୟ ସେ ଅତି ନିରାଡମ୍ବର ଜୀବନ ଯାପନ କରୁଥିଲେ। କିନ୍ତୁ ପ୍ରଶାସନ ପକ୍ଷରୁ ସ୍ଥାପନ କରାଯାଇଥିବା ତାଙ୍କର ପ୍ରତିମୂର୍ତ୍ତିରେ ତାଙ୍କୁ ଧୋତି କୁର୍ତ୍ତା ବଦଳରେ ପ୍ୟାଣ୍ଟ ସାର୍ଟ ପିନ୍ଧା ଯାଇଛି, ଯାହା କି ତାଙ୍କ ପାଇଁ ଅପମାନ ସଦୃଶ ହୋଇଛି। ଏହାକୁ ବିରୋଧ କରି ଆଇନଜୀବୀ ରଞ୍ଜନ ପାତ୍ର ଆଜି ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ନବକୃଷ୍ଣ ଚୌଧୁରୀଙ୍କ ପ୍ରତି ଏଭଳି ଅପମାନ ଆଦୌ ଗ୍ରହଣୀୟ ନୁହେଁ। ଏଣୁ ଏଭଳି କାର୍ଯ୍ୟ କରିଥିବା ଜିଲ୍ଲା ପ୍ରଶାସନ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାକୁ ସେ ଥାନାଧିକାରୀଙ୍କୁ ଜଣାଇଛନ୍ତି। ଏହି ଏତଲା ଦେବା ସମୟରେ ଆଇନଜୀବୀ ସୁଦିପ ମିଶ୍ର, ହିମାଂଶୁ ଭୂଷଣ ସାମଲ, ନିରୋଦ ମିଶ୍ର, ସଞ୍ଜୟ ସାହୁ, ପ୍ରେମାନନ୍ଦ ସାହୁ ଓ ସୌରଭ ପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ନବକୃଷ୍ଣ ଚୌଧୁରୀଙ୍କ ପ୍ୟାଣ୍ଟ ସାର୍ଟ ପିନ୍ଧା ପ୍ରତିମୂର୍ତ୍ତିକୁ ନେଇ ବିବାଦ, ଥାନାରେ ଏତଲା ଦେଲେ ଆଇନଜୀବୀ
- Post published:April 4, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
Tags: Angul


