ସମବାୟ ମନ୍ତ୍ରୀଙ୍କ ପାଳଲହଡ଼ା ଗସ୍ତ: ଶତାଧିକ ବିଜେଡି କର୍ମୀ ବିଜେପିରେ ମିଶିଲେ

You are currently viewing ସମବାୟ ମନ୍ତ୍ରୀଙ୍କ ପାଳଲହଡ଼ା ଗସ୍ତ: ଶତାଧିକ ବିଜେଡି କର୍ମୀ ବିଜେପିରେ ମିଶିଲେ

ପାଳଲହଡ଼ା: ଓଡ଼ିଶା ସରକାରଙ୍କ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଶୁକ୍ରବାର ଅନୁଗୁଳ ଜିଲ୍ଲା ପାଳଲହଡ଼ା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ଓ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ମନ୍ତ୍ରୀଙ୍କୁ ସ୍ଵାଗତ କରି ମା’ କୁଣ୍ଢେଇବିରାଙ୍କ ଦର୍ଶନ କରିଥିଲେ। ମନ୍ତ୍ରୀ ଚଷାଗୁରୁଜାଙ୍ଗ ଉତ୍କଳ ଆସୋସିଏସନର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଓ ପାଲଲହଡ଼ା ଶରତଚନ୍ଦ୍ର କ୍ଲବଠାରେ ବିଜେପି ଆୟୋଜିତ ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ।

ଏହି ଅବସରରେ ନିଜିଗଡ଼ ପଞ୍ଚାୟତର ବରିଷ୍ଠ ବିଜେଡି ନେତା ଯୋଗେଶ କୁମାର ଭୁକ୍ତା, ପୂର୍ବତନ ସାଂସଦଙ୍କ ପ୍ରତିନିଧି ସଞ୍ଜୀବ ବେହେରା, ବିଶ୍ନୁ ପ୍ରସାଦ ବିଶ୍ଵାଳ, ଦୁଃଖବନ୍ଧୁ ବିଶ୍ଵାଳ, ସରୋଜ ବିଶ୍ଵାଳ, ସଇଡା ପଞ୍ଚାୟତର କରୁଣାକର ମହାନ୍ତ ଓ କିଶୋର ଚନ୍ଦ୍ର ଆପଟଙ୍କ ସମେତ ବିଭିନ୍ନ ପଞ୍ଚାୟତର ଶତାଧିକ କର୍ମୀ ବିଜେଡି ଓ ଅନ୍ୟ ଦଳ ଛାଡ଼ି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଧାୟକ ଅଶୋକ ମହାନ୍ତିଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଛନ୍ତି। ପରେ ମନ୍ତ୍ରୀ ଓଡ଼ଶ ଦୁର୍ଗା ପୂଜା ଉତ୍ସବରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପିର ସମସ୍ତ କର୍ମୀ ସହଯୋଗ କରିଥିଲେ।

Share

Leave a Reply