ସିବିଆଇ ଜାଲରେ ଲାଞ୍ଚୁଆ ଡାକ ଅଧିକାରୀ, ବଦଳି କରିବାକୁ ମାଗୁଥିଲେ ୧୦ ହଜାର ଲାଞ୍ଚ

You are currently viewing ସିବିଆଇ ଜାଲରେ ଲାଞ୍ଚୁଆ ଡାକ ଅଧିକାରୀ, ବଦଳି କରିବାକୁ ମାଗୁଥିଲେ ୧୦ ହଜାର ଲାଞ୍ଚ

ଅନୁଗୁଳ: ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରାପଡ଼ିଛନ୍ତି ଅନୁଗୁଳ ମୁଖ୍ୟ ଡାକଘରର ସହକାରୀ ଡାକ ଅଧ୍ୟକ୍ଷକ ଟିକନ କୁମାର ଦେବତା।

ସୂଚନା ଯୋଗ୍ୟ, ବାପାଙ୍କ ମୃତ୍ୟୁ ପରେ କୁରୁଡ଼ୋଲ ପୋଷ୍ଟ ଅଫିସରେ ଠିକା ସହକାରୀ ଶାଖା ଡାକ ମାଷ୍ଟର ଭାବେ ଚାକିରି କରିଥିବା ଶୁଭ୍ରାଂଶୁ ଶେଖର ପ୍ରଧାନଙ୍କୁ ଦୂରକୁ ବଦଳି କରି ଦେବାକୁ ଧମକ ଦେଇ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଶୁଭ୍ରାଂଶୁ ପ୍ରଧାନ ସିବିଆଇର ଦ୍ବାରସ୍ଥ ହୋଇଥିଲେ। ସିବିଆଇର ଯୋଜନା ଅନୁସାରେ ମଙ୍ଗଳବାର ଶୁଭ୍ରାଂଶୁ ଶ୍ରୀ ଦେବତାଙ୍କୁ ଏକ ବହିରେ ୧୦ ହଜାର ଟଙ୍କା ଦେଇ ଲାଞ୍ଚ ଦେଇଥିଲେ। ଶ୍ରୀ ଦେବତା ଟଙ୍କା ଗଣୁଥିବା ବେଳେ ସିବିଆଇର ୧୦ ଜଣିଆ ଟିମଙ୍କ ହାତରେ ଧରାପଡ଼ିଥିଲେ। ଶ୍ରୀ ଦେବତାଙ୍କ କାର୍ଯ୍ୟାଳୟ ଓ ଅମଲାପଡାସ୍ଥିତ ବାସଭବନରେ ସିବିଆଇ ଚଢ଼ଉ କରି କାଗଜପତ୍ର ଯାଞ୍ଚ କରୁଛି।

Share

Leave a Reply