ଅନୁଗୁଳ: ସାଉଥବଲଣ୍ଡା ସ୍ଥିତ ନୀଳକଣ୍ଠେଶ୍ୱର ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ରେଡ୍କ୍ରସ ତରଫରୁ କୋଭିଡ୍-୧୯ ଏବଂ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ବଳଭଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଡାକ୍ତର ଏ. ଭି. ତିର୍କି କୋଭିଡ୍-୧୯ର ଭୟାବହତା ଓ ନିରାକରଣ ସମ୍ପର୍କରେ ସଚେତନ କରିବା ସହିତ ଛାତ୍ରଛାତ୍ରୀମାନଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରିଥିଲେ । ଛାତ୍ରଛାତ୍ରୀଙ୍କୁ ମାଗଣା ଔଷଧ ପ୍ରଦାନ କରାଯାଇଥିଲା । ଭରତପୁର ଏରିଆ ମହିଳା ମଣ୍ଡଳ, ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଯୁବ ରେଡକ୍ରସ୍ ଅଧିକାରୀ ଅଧାପକ ସୁମନ୍ତ ମାଝା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅଧାପିକା ଡ. ମଧୁମିତା ରାଉତରାୟ ଧନ୍ୟବାଦ ଦେଇଥିଲେ । କଲେଜର ଅଧ୍ୟାପକ, ଅଧାପିକା, ଛାତ୍ରଛାତ୍ରୀ, କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ନୀଳକଣ୍ଠେଶ୍ଵର ଡିଗ୍ରୀ କଲେଜରେ କୋଭିଡ଼ ସଚେତନତା ଶିବିର
- Post published:March 27, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
