କ୍ରେନ୍ ଅପରେଟରଙ୍କୁ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାଶ: ଶଳା ଭାଉଜ ସହ ଅନୈତିକ ସମ୍ପର୍କ ପାଇଁ ଶଳାକୁ ହତ୍ୟା ଯୋଜନା, ସ୍ୱାମୀକୁ ମାରିବାକୁ ସାହାଯ୍ୟ କରିଥିଲା ସ୍ତ୍ରୀ

0

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଟାଟାଷ୍ଟିଲ୍ ମେରାମଣ୍ଡଳୀ କାରଖାନା ପାର୍ଶ୍ୱରେ ନଭେମ୍ବର ୧୪ ପୂର୍ବାହ୍ନରେ କ୍ରେନ୍ ଅପରେଟରଙ୍କୁ ହୋଇଥିବା ଗୁଳିମାଡ଼ ଘଟଣାର ପର୍ଦ୍ଦାଫାଶ କରିଛି ଢେଙ୍କାନାଳ ପୋଲିସ। ପରକୀୟା ପ୍ରୀତିରୁ ଏହି ଗୁଳିମାଡ଼ ହୋଇଥିବା ପୋଲିସ ସ୍ପଷ୍ଟ କରିଛି।

ପୋଲିସ ମୁତାବକ, ୬ ମାସ ଧରି ଶଳାଭାଉଜ ସହ ଭିଣୋଇର ଅନୈତିକ ସଂପର୍କ ରହିଥିଲା। ଏହି ସଂପର୍କରୁ ଶଳାକୁ ହତ୍ୟା କରିବା ପାଇଁ ଭିଣୋଇ ଯୋଜନା କରିଥିଲା। ଏଥିରେ ଶଳାଭାଉଜ ସହଯୋଗ କରିଥିଲା। ଅଭିଯୋଗକାରୀ ଭିଣୋଇ ହିଁ ଘଟଣାର ମୁଖ୍ୟ ଅଭିଯୁକ୍ତ। ଗୁଳିକାଣ୍ଡର ଶିକାର ହୋଇଥିବା କ୍ରେନ୍ ଅପରେଟର ରବି କୁମାରଙ୍କ ଏବେ କୋମାରେ ବୋଲି ଢେଙ୍କାନାଳ ଏସପି ଲୋଗାନୟାଗୀ ଦିବ୍ୟା ଭି. ରବିବାର ସୂଚନା ଦେଇଛନ୍ତି।

ଏହି ଘଟଣାରେ ରବି କୁମାରଙ୍କ ଭିଣୋଇ ତଥା ଘଟଣାର ମୁଖ୍ୟ ଅଭିଯୁକ୍ତ ବିହାର ଲାଖିସରାଇ ଜିଲ୍ଲା ଝିନୁଆରା ଗ୍ରାମର ରାହୁଲ କୁମାର (୩୭), ରବିଙ୍କ ପତ୍ନୀ ବିହାର ନାଳନ୍ଦା ଜିଲ୍ଲାର ସିଲାଓ ଥାନା ଚଣ୍ଡିମାଓ ଗ୍ରାମର ଶ୍ୱେତା ଦେବୀ (୨୭) ଓ ସହଯୋଗୀ ବିହାର ରାଜ୍ୟ ନାବଡା ଜିଲ୍ଲା ଲଖମୋହନା ଗ୍ରାମର ଗୌତମ କୁମାର (୩୦)ଙ୍କୁ ପୋଲିସ୍ ଗିରଫ କରିଛି। ସେମାନଙ୍କଠାରୁ ଗୁ ଳିଭର୍ତ୍ତି କ୍ୟାର୍ଟିଜ୍କୁ ଜବତ କରାଯାଇଛି । ଅଭିଯୁକ୍ତମାନଙ୍କ ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍ ପଠାଇ ଦିଆଯାଇଥିବା ଜଣାଯାଇଛି।

Leave A Reply

Your email address will not be published.

error: Content is protected !!