ମନ୍ଦିରରେ ଭିଡ଼, ୪ ପୂଜକଙ୍କୁ ଉଠାଇ ନେଲା ପୁଲିସ

You are currently viewing ମନ୍ଦିରରେ ଭିଡ଼, ୪ ପୂଜକଙ୍କୁ ଉଠାଇ ନେଲା ପୁଲିସ

ଅନୁଗୁଳ: ତାଳଚେର ସହରର ହାଟତୋଟା ମଙ୍ଗଳା ମନ୍ଦିରରେ ମଙ୍ଗଳବାର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଖବର ପାଇ ପୁଲିସ ପହଞ୍ଚି ଲୋକମାନଙ୍କୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ପାଇଁ କହିବା ସହ ସେଠାରେ ଥିବା ୪ ଜଣ ପୂଜକଙ୍କୁ ଥାନାକୁ ଉଠାଇ ନେଇ ଅଟକ ରଖିଥିଲା। ପ୍ରକାଶଯେ, ଦିନକୁ ଦିନ କରୋନା ସଂକ୍ରମଣ ତାଳଚେର ପୌରାଞ୍ଚଳରେ ବୃଦ୍ଧି ପାଉଥିବା ବେଳେ ସରକାରଙ୍କ କଟକଣା ସତ୍ତ୍ବେ ଏଭଳି ପୂଜାକୁ ପୁଲିସ ପ୍ରଶାସନ ବାରଣ କରିଥିଲା। ଚୈତ୍ର ମଙ୍ଗଳବାର ଓଷା ଥିବାରୁ ମନ୍ଦିରରେ ସକାଳୁ ଭିଡ଼ ଲାଗି ରହିଥିଲା। କେବଳ ପୂଜକ ମନ୍ଦିରରେ ନୀତିକାନ୍ତି କରିବା ପାଇଁ ସରକାରୀ ନିୟମ ରହିଥିବା ବେଳେ ଶ୍ରଦ୍ଧାଳୁଙ୍କ ମନ୍ଦିରରେ ପ୍ରବେଶ ଉପରେ କଟକଣା ରହିଛି। ତେବେ ଏହାକୁ କେହି ମାନୁନଥିଲେ। ଅଭିଯୋଗ ପାଇ ପୁଲିସ ସେଠାରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ
ଗ୍ରହଣ କରିବା ପରେ ଭିଡ଼ ହଟିଥିଲା।

Share

Leave a Reply