ସୁର୍-ତାଲ୍ ସେବା ଓ ସାଂସ୍କୃତିକ ଅନୁଷ୍ଠାନର କାର୍ଯ୍ୟକ୍ରମ ଉଦଯାପିତ: ସ୍ନେହଶ୍ରୀ ନନ୍ଦ ବେଷ୍ଟ ସିଙ୍ଗର, ଡି. ଶ୍ରେୟାଂଶ କୁମାର ଶତପଥୀ ବେଷ୍ଟ ଡ୍ୟାନ୍ସର

You are currently viewing ସୁର୍-ତାଲ୍ ସେବା ଓ ସାଂସ୍କୃତିକ ଅନୁଷ୍ଠାନର କାର୍ଯ୍ୟକ୍ରମ ଉଦଯାପିତ: ସ୍ନେହଶ୍ରୀ ନନ୍ଦ ବେଷ୍ଟ ସିଙ୍ଗର, ଡି. ଶ୍ରେୟାଂଶ କୁମାର ଶତପଥୀ ବେଷ୍ଟ ଡ୍ୟାନ୍ସର

ଅନୁଗୁଳ: ସୁର୍-ତାଲ୍ ସେବା ଓ ସାଂସ୍କୃତିକ ଅନୁଷ୍ଠାନର ୨୩ ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଶନିବାର ଉଦଯାପିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଳଲହଡା ବିଧାୟକ ଅଶୋକ ମହାନ୍ତି, ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ବିଧାୟକ ଅଗସ୍ତି ବେହେରା, ତୁରଙ୍ଗ ସରପଞ୍ଚ ସମରେନ୍ଦ୍ର ଦେହୁରୀ, ଓଡିଶୀ ମୋଟର ମୁଖ୍ୟ ପରିଚାଳକ ବିଷ୍ଣୁ ଚରଣ ପ୍ରଧାନ, ଜିଲ୍ଲା ସାମ୍ବାଦିକ ସଙ୍ଘର ସଭାପତି ଅଜିତ କୁମାର ଧର ଉପସ୍ଥିତ ରହି ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ ବରଗଡ଼ ଓ ବଲାଙ୍ଗୀରରୁ ଆସିଥିବା କଳାକାର ମାନେ ଧନୁଯାତ୍ରା ନାଟକ ପରିବେଷଣ କରିଥିଲେ। କଂସ ଭୂମିକାରେ ଭଗବତୀଆ ମେହେର ଅଭିନୟ କରିଥିବା ବେଳେ ମାୟାଧର ବରିହା-ନାରଦ, ଭ୍ରମର ସାହୁ- ମନ୍ତ୍ରୀ, ମହେଶ ପ୍ରସାଦ ଶତପଥୀ- ବାସୁଦେବ, ଆଶୁତୋଷ ରଥ-ଉଗ୍ରସେନ, ଅରୁଣି ଅପରୂପା- ଦେବକୀ, ରାଜଲକ୍ଷ୍ମୀ ନନ୍ଦ- କୃଷ୍ଣ ଭୂମିକା ପରିବେଷଣ କରିଥିଲେ।ବିଚାରକ ମାନେ ସ୍ନେହଶ୍ରୀ ନନ୍ଦଙ୍କୁ ଚଳିତ ବର୍ଷର ସୁର ତାଲ ବେଷ୍ଟ ସିଙ୍ଗର, ନୃତ୍ୟ ବିଭାଗରେ ଡ଼ି. ଶ୍ରେୟାଂଶ କୁମାର ଶତପଥୀଙ୍କୁ ବେଷ୍ଟ ଡ୍ୟାନ୍ସର ଘୋଷଣା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଂଗଠକ ଚୈତନ୍ୟ ପୋଥାଳ,ସଂଗୀତ ବିଭାଗର ବିଚାରକ ଭାବେ ଗୁରୁ ଗଣେଶ ମିଶ୍ର, ଗୁରୁ ଅଲିଭା ସ୍ମୁତି ରଥ ଉପସ୍ଥିତ ଥିଲେ।

Share

Leave a Reply