ଅନୁଗୁଳ: ଅଥୟ କଲେଣି ସାଇବର ଲୁଟେରା । ଶିଳ୍ପନଗରୀ ଅନୁଗୁଳ ଜିଲ୍ଲାରେ ସାଇବର ଲୁଟ୍ ଥମିବାର ନାଁ ନେଉନି । ମଙ୍ଗଳବାର ଜଗତସିଂହପୁର ଅଞ୍ଚଳର ଜଣେ ଯୁବକ ସାଇବର ଠକେଇର ଶିକାର ହୋଇଥିବା ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି । ଏତଲା କ୍ରମେ ପୁଲିସ୍ ଛାନ୍ଭିନ୍ ଚଳାଇଛି । ପ୍ରାପ୍ତ ସୂଚନା ମୁତାବକ, ଲୁଟ୍ର ଶିକାର ହୋଇଥିବା ଯୁବକ ହେଲେ ଦେବାଶିଷ ଦାଶ । ସେ ଏକ ଫାର୍ମା କମ୍ପାନୀରେ ଚାକିରି କରନ୍ତି । ସେ କାମରେ ଏଠାକୁ ଆସି ଏକ ହୋଟେଲରେ ରହୁଛନ୍ତି । ୭ ଦିନ ତଳେ ତାଙ୍କର ଏକ ଏସ୍ବିଆଇ କାର୍ଡ ଇସ୍ୟୁ ହୋଇଥିଲା । ତାଙ୍କୁ କ୍ରେଡିଟ୍ କାଡ୍ ଇସ୍ୟୁ ହେବା ନେଇ ଏକ ଅଜଣା ନମ୍ବରରୁ ଫୋନ୍ ଆସିଥିଲା । ନିଜକୁ ବ୍ୟାଙ୍କ କର୍ମଚାରୀ ପରିଚୟ ଦେବା ସହ କାର୍ଡ ଆକ୍ଟିଭ ପାଇଁ ପାସୱାର୍ଡ ଦେବାକୁ କହିଥିଲା । ଠକ କଥାରେ ଭାସି ଯାଇ ଦେବାଶିଷ ତାଙ୍କୁ ସମସ୍ତ ବ୍ୟାଙ୍କ ତଥ୍ୟ ଦେଇଥିଲେ ।ସାଇବର ଲୁଟେରା ତକ୍ଷଣାତ୍ ଯୁବକଙ୍କ ଆକାଉଣ୍ଟରୁ ୩୪ ହଜାର ୫୧୬ ଟଙ୍କା ଖାଲି କରି ଦେଇଥିଲା। ଲୁଟ୍ର ଶିକାର ହୋଇଥିବା ଜାଣିବା ପରେ ଯୁବକ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ଯୁବକ ଜଣକ ଟଙ୍କା ଫେରିପାଇବା ଦିଗରେ ଉଦ୍ୟମ ଚଳାଇଛି।
ସାଇବର ଠକେଇ ଯୁବକଙ୍କ ଆକାଉଣ୍ଟରୁ ୩୪ ହଜାର ଟଙ୍କା ଲୁଟ
- Post published:February 10, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
