ଅନୁଗୁଳ: ଅନୁଗୁଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଶୁକ୍ରବାର ଏକ ସାଇକେଲ ରାଲି ଆୟୋଜିତ ହୋଇଥିଲା।
ପ୍ରଧାନ ଶିକ୍ଷୟିତ୍ରୀ ଲଷ୍ମୀପ୍ରିୟା ସାହୁଙ୍କ ତତ୍ୱବାଧାନରେ ସ୍କାଉଟ ଗାଇଡ ଓ ରେଡକ୍ରସର ଛାତ୍ରୀମାନେ ସାଇକେଲରେ ପ୍ଲାକାର୍ଡ ମାରି ସହର ପରିକ୍ରମା କରିଥିଲେ। ଏହି କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷୟିତ୍ରୀ ସୁମିତା ଦାସଗୁପ୍ତା, ରଶ୍ମିତା ବେହେରା, ପ୍ରିୟମ୍ବଦା ପ୍ରଧାନ, ନମ୍ରତ ବେଗମ ଓ ଶିକ୍ଷକ ପ୍ରତାପ ଚନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ।