ଡ୍ୟାନ୍ସିଂ ସୁପରଷ୍ଟାର ସିଜିନ୍- ୩: ଟ୍ରଫି ହାତେଇଲା ନାମିକ ଡ୍ୟାନ୍ସ ଏକାଡେମୀ

You are currently viewing ଡ୍ୟାନ୍ସିଂ ସୁପରଷ୍ଟାର ସିଜିନ୍- ୩: ଟ୍ରଫି ହାତେଇଲା ନାମିକ ଡ୍ୟାନ୍ସ ଏକାଡେମୀ

ଅନୁଗୁଳ: ନୃତ୍ୟଭିତ୍ତିକ ମେଗା ପ୍ରତିଯୋଗିତା ଡ୍ୟାନ୍ସିଂ ସୁପରଷ୍ଟାର ସିଜିନ- ୩ ରବିବାର ଅନୁଷ୍ଠିତ ହୋଇଯାଛି। ସ୍ଥାନୀୟ କୁରୁଡୋଲ ଉପ୍ରା ବିଦ୍ୟାଳୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ବଅଁରପାଳ ପଞ୍ଚାୟତ ସମିତିର ନବନିର୍ବାଚିତ ଅଧ୍ୟକ୍ଷ ବିଜୟ କୁମାର ନାଥ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏଥିରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନେକ ପ୍ରତିଯୋଗୀ ଭାଗ ନେଇଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ରିୟାଲିଟି ସୋ’ ରଜ କୁଇନ୍‌-୨୦୧୮ (ଜୁନିଅର)ର ରନର୍ସ ଅପ୍‌ ପଲକ ମହାପାତ୍ର। ତାଙ୍କ ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା। ପ୍ରତିଯୋଗିତାରେ ବିଚାରକ ଭାବେ ଗୁରୁ ସଂଗ୍ରାମ ଦାସ ଓ ଲକି ସାର୍ ଯୋଗ ଦେଇ ପ୍ରତିଯୋଗୀଙ୍କ ଦକ୍ଷତା ମୂଲ୍ୟାଙ୍କନ କରିଥିଲେ।

ଚଳିତ ସିଜିନ୍‌ରେ ନାମିକ ଡ୍ୟାନ୍ସ ଏକାଡେମୀ ବିଜେତା ହୋଇଥିବା ବେଳେ ରିଦିମା-ସାଇ ସମ୍ଭାବୀ ଯୋଡ଼ି ପ୍ରଥମ ରନର୍ସ ଅପ୍‌, ସୋହମ୍‌ ସ୍ବରୂପ ମହାପାତ୍ର ଦ୍ବିତୀୟ ରନର୍ସ ଅପ୍‌, ବିଜୁ ଆର୍ୟ୍ୟନ୍‌-ସ୍ପେଶିଆଲ୍‌ ପରଫରମର, ଆଶିଷ ମହାନ୍ତି ଗେଷ୍ଟ ଚଏସ୍‌, ଦେବୀ ଇଲେକ୍‌ଟ୍ରନ୍‌ ପବ୍ଲିକ୍‌ ଚଏସ୍‌ ପୁରସ୍କାର ପାଇଛନ୍ତି।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଦିବାକର ମହାଳିକ, ସମିତି ସଭ୍ୟା ରାନୁ ବେହେରା, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ତଥା ତୁରଙ୍ଗ ସରପଞ୍ଚ ସମରେନ୍ଦ୍ର ଦେହୁରୀ, ଶ୍ରମିକ ସଂଗଠନ ଭାରତୀୟ ମଜଦୁର ସଂଘର ଅନୁଗୁଳ-ଢେଙ୍କାନାଳ-ଦେବଗଡ଼ ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ କୁମାର ଦେହୁରୀ ଓ ବିଜେଡି ନେତା ବାଉରୀବନ୍ଧୁ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଉପସ୍ଥାପକ ଲୁଲୁ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅଜିତ୍‌ ଦେହୁରୀ, ପ୍ରଦ୍ୟୁମ୍ନ ସାହୁ, ରଣଜିତ୍‌ ଦେହୁରୀ, ମୁନା, ଲିପୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Share

Leave a Reply