କାଳବୈଶାଖୀ ପରେ ତତ୍ପର ପୌର ପ୍ରଶାସନ; ବିଭିନ୍ନ ଅଞ୍ଚଳରୁ କଟାଗଲା ବିପଜ୍ଜନକ ଗଛ

You are currently viewing କାଳବୈଶାଖୀ ପରେ ତତ୍ପର ପୌର ପ୍ରଶାସନ; ବିଭିନ୍ନ ଅଞ୍ଚଳରୁ କଟାଗଲା ବିପଜ୍ଜନକ ଗଛ

ଅନୁଗୁଳ: ସହରବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅନୁଗୁଳ ପୌର ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ସହରର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ଦୀର୍ଘ ଦିନ ଧରି ରହିଥିବା ବିପଦପୂର୍ଣ୍ଣ ଶୁଖିଲା ଗଛଗୁଡ଼ିକୁ ମଙ୍ଗଳବାର କାଟି ସଫା କରାଯାଇଛି।

ସୂଚନା ଅନୁସାରେ, ସହରର ରାଧାରମଣପଡ଼ା, ସାତକୋଶିଆ ବନଖଣ୍ଡ କାର୍ଯ୍ୟାଳୟ ପାର୍ଶ୍ୱ ଏବଂ ବିଜୁ ମଇଦାନ ଅଞ୍ଚଳରେ ଅନେକ ଶୁଖିଲା ଗଛ ବିପଜ୍ଜନକ ଅବସ୍ଥାରେ ରହିଥିଲା। ବିଶେଷ କରି ଗତକାଲି ଅଞ୍ଚଳରେ ହୋଇଥିବା କାଳବୈଶାଖୀ ପରେ ଏହି ଗଛଗୁଡ଼ିକ ଯୋଗୁଁ ଯେକୌଣସି ସମୟରେ ବଡ଼ ଧରଣର ଦୁର୍ଘଟଣା ଘଟିବାର ଆଶଙ୍କା ସୃଷ୍ଟି ହୋଇଥିଲା। ଏହାକୁ ଗମ୍ଭୀରତାର ସହ ନେଇ ପୌର ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ତୁରନ୍ତ ଗଛଗୁଡ଼ିକୁ କଟାଯାଇ ରାସ୍ତା ସଫା କରାଯାଇଛି।

ପ୍ରଶାସନର ଏହି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ବାଟୋଇ ଓ ସ୍ଥାନୀୟ ବାସିନ୍ଦାମାନେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି। ବାରମ୍ବାର କାଳବୈଶାଖୀ ସମ୍ଭାବନା ଥିବାରୁ ଏହି ପଦକ୍ଷେପ ସହରର ସୁରକ୍ଷା ବ୍ୟବସ୍ଥାକୁ ଅଧିକ ମଜଭୁତ କରିଛି। ପୌର ପ୍ରଶାସନର ଏଭଳି ଜନହିତକର କାର୍ଯ୍ୟକୁ ସହରବାସୀ ସାଧୁବାଦ ଜଣାଇଛନ୍ତି।

Share

Leave a Reply