ପୁଣି ଅଲୋଡ଼ା ହେଲା ଶିଶୁ: ରାସ୍ତା କଡ଼ରୁ ନବଜାତକର ମୃତ ଦେହ ଉଦ୍ଧାର

You are currently viewing ପୁଣି ଅଲୋଡ଼ା ହେଲା ଶିଶୁ: ରାସ୍ତା କଡ଼ରୁ ନବଜାତକର ମୃତ ଦେହ ଉଦ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ମୁଣ୍ଡା ହଟିଙ୍ଗି ଠାରେ ଏକ ନବଜାତକର ମୃତ ଦେହ ଉଦ୍ଧାର ହୋଇଛି। କେହି ଶିଶୁକୁ ଏଠି ଫିଙ୍ଗି ଦେଇ ଯାଇଥିବା ସନ୍ଦେହ କରାଯାଇଛି।

ସୂଚନା ମୁତାବକ, ମୁଣ୍ଡା ହଟିଙ୍ଗିର କିଛି ଲୋକ ସକାଳେ ଶୌଚ ହେବାକୁ ଯାଉଥିବା ବେଳେ ଶିଶୁର ମୃତ ଦେହ ପଡ଼ିଥିବା ଦେଖିଥିଲେ। ସ୍ଥାନୀୟ ଲୋକେ ଜମା ହେବାରୁ ଖବର ପାଇ ନାଲକୋ ପୋଲିସ ପହଞ୍ଚି ଶବକୁ ଜବତ କରିଛି। ମୃତ ଦେହକୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାଯାଇଛି।

Share

Leave a Reply