ପରିତ୍ୟକ୍ତ ନଳାରୁ ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର, ବ୍ୟବଚ୍ଛେଦ ପାଇଁ ପଠାଇଲା ସଦର ପୋଲିସ

You are currently viewing ପରିତ୍ୟକ୍ତ ନଳାରୁ ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର, ବ୍ୟବଚ୍ଛେଦ ପାଇଁ ପଠାଇଲା ସଦର ପୋଲିସ

ତାଳଚେର: ତାଳଚେର ଟାଉନ ଥାନା ଅନ୍ତର୍ଗତ ବାଙ୍କଧରା ନିକଟସ୍ଥ ବିମଳାଗଡ଼ ରେଲୱେ ଓଭରବ୍ରିଜ ୧୪୯ ନମ୍ବର ଜାତୀୟ ରାଜପଥ କଡ଼ ଏକ ପରିତ୍ୟକ୍ତ ନଳାରୁ ଜଣେ ଅଜଣା ଯୁବକଙ୍କ ଶବ ଉଦ୍ଧାର ହୋଇଛି। ସଦର ଥାନା ପୋଲିସ୍ ମୃତ ଦେହ ଉଦ୍ଧାର କରି ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ମୃତ ଯୁବକର ବର୍ଣ୍ଣ ଗୋରା, ଉଚ୍ଚତା ପ୍ରାୟ ୫ଫୁଟ୍‌ ୨ ଇଞ୍ଚ, ମୁଣ୍ଡରେ ଅଳ୍ପକେଶ, ସେ କଳାପ୍ୟାଣ୍ଟ, ହାଫ୍ ଟି-ସାର୍ଟ ଓ କଳାରଙ୍ଗର କିଛି ଜିନିଷ ଥିବା ଏୟାର୍ ବ୍ୟାଗ୍ ଥିଲା। ଆଜି ଭୋରରୁ ପରିତ୍ୟକ୍ତ ନଳାରେ ଶବଟି ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ସଦର ପୋଲିସ୍ ଶବ ଉଦ୍ଧାର କରି ତାଳଚେର ମଣ୍ଡାପାଳ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ଏବଂ ଏକ ଅପମୃତ୍ୟୁ ମାମଲା ରୁଜୁକରି ଅଧିକ ତଦନ୍ତ ଚଳାଇଛି।

Share

Leave a Reply