ପୋଖରୀରୁ ମୃତଦେହ ଉଦ୍ଧାର

You are currently viewing ପୋଖରୀରୁ ମୃତଦେହ ଉଦ୍ଧାର

ଅନୁଗୁଳ: ବଅଁରପାଳ ଥାନା ଅନ୍ତର୍ଗତ ବନ୍ଦା କୁସୁମନାଳି ପୋଖରୀରୁ ଜଣେ ଅଜଣା ବ୍ୟକ୍ତିଙ୍କ ଶବ ଉଧାର କରାଯାଇଛି। ସୂଚନା ଯେ, ବଅଁରପାଳ ପୋଖରୀରେ ଶବ ଭାଷୁଥିବା ନେଇ ସ୍ଥାନୀୟ ଲୋକ ବୁଧବାର ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ପୋଖରୀରୁ ଶବକୁ ଉଧାର କରିଥିଲା। ଶବଟି ପଶ୍ଚିମବଙ୍ଗର ପିଣ୍ଟୁ ରାଜବର ନାମକ ଜଣେ ବ୍ୟକ୍ତିଙ୍କର। ସେ ଅମାନ୍ତପୁରରେ ରହୁଥିଲା। ଟାଟା ଭୂଷଣରେ କାମକରିବାକୁ ଗତ ୩ ଦିନ ତଳେ ଆସିଥିଲା। କୌଣସି କାରଣରୁ ପୋଖରୀକୁ ଆସି ବଡ଼ିଯାଇଥିବା ପୁଲିସ ସନ୍ଦେହ କରୁଛି। ଏ ନେଇ ବଅଁରପାଳ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।

Share

Leave a Reply