ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ: ତାଳଚେରରେ ଉତ୍ତେଜନା

You are currently viewing ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ: ତାଳଚେରରେ ଉତ୍ତେଜନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଟାଉନ୍ ଥାନା ଅନ୍ତର୍ଗତ ସନ୍ଥପଡ଼ା ଗ୍ରାମର ଯୁବ ସାମ୍ବାଦିକ ବାପି ଭୁକ୍ତାଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ଗୁରୁବାର ଦିନ ଦ୍ୱିପ୍ରହରରେ ବାପି ବ୍ରାହ୍ମଣୀ ନଦୀ ଘାଟରେ ଥିବା ସମୟରେ ୬ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ସେଠାରେ ପହଞ୍ଚି ତାଙ୍କୁ ଅତର୍କିତ ଭାବେ ଘେରି ଯାଇଥିଲେ। ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ତାଙ୍କୁ ବର୍ବରୋଚିତ ଭାବେ ଆକ୍ରମଣ କରିଥିଲେ, ଯେଉଁଥିରେ ତାଙ୍କ ମୁଣ୍ଡ, ହାତ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବିଭିନ୍ନ ସମୟରେ ନିର୍ଭୀକ ଭାବେ ସତ୍ୟ ଖବର ପରିବେଷଣ କରୁଥିବାରୁ ଏହା କୌଣସି ପୁରୁଣା ଆକ୍ରୋଶର ପରିଣାମ ବୋଲି ସନ୍ଦେହ କରାଯାଉଛି। ଦିନ ଦ୍ୱିପ୍ରହରରେ ଘଟିଥିବା ଏହି ଘଟଣା ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଥିବା ବେଳେ ସାମ୍ବାଦିକଙ୍କ ସୁରକ୍ଷାକୁ ନେଇ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦୋଷୀମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସର୍ବସାଧାରଣରେ ଦାବି ହୋଇଛି।

Share

Leave a Reply