ନାଲକୋରୁ ସ୍ଥାନାନ୍ତରଣ ବେଳେ ହରିଣର ମୃତ୍ୟୁ, ଘଟଣାକୁ ଲୁଚାଇବାକୁ ଉଦ୍ୟମ

0

ଅନୁଗୁଳ: ସ୍ଥାନୀୟ ନାଲକୋ ଡିଅର ପାର୍କରୁ ହରିଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ବେଳେ ଗୋଟିଏ ହରିଣର ମୃତ୍ୟୁ ଘଟିଛି। ଏହାକୁ ଲୁଚାଇବାକୁ ନାଲକୋ ସବୁ ପ୍ରକାର ଚେଷ୍ଟା ବି କରିଥିଲା। ମୃତ ହରିଣକୁ ଗୋଟିଏ ବସ୍ତାରେ ଘୋଡାଇ ରଖିବା ସହ ଏକ କୋଣରେ ଫିଙ୍ଗା ଯାଇଥିଲା। ଏହା ଜଣାପଡ଼ିବା ପରେ ପଶୁପ୍ରେମୀମାନେ ଉଦବେଗ ପ୍ରକାଶ କରିଛନ୍ତି। ପ୍ରକାଶ ଯେ, ନାଲକୋ ଡିଅର ପାର୍କରୁ ହରିଣମାନଙ୍କୁ ଢେଙ୍କାନାଳ ଡିଭିଜନ, ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ କାନ୍ଧରା ସଂରକ୍ଷିତ ଜଙ୍ଗଲକୁ ସ୍ଥାନାନ୍ତରଣ କରାଯାଉଛି।

ତେବେ ଏ ମୃତ ହରିନକୁ ନେଇ ନାଲକୋର ଉଦ୍ୟାନ ବିଭାଗର ଦାୟିତ୍ଵରେ ଥିବା ଅଧିକାରୀ ପ୍ରଦୀପ୍ତ କୁମାର ମଲ୍ଲିକଙ୍କୁ ପଚାରିବାରୁ ସେ କିଛି ଜାଣି ନାହାନ୍ତି କି ତାଙ୍କ ପାଖରେ ହରିଣ ମୃତ୍ୟୁର ଖବର ନ ଥିବା କହିଛନ୍ତି। ଏଥିସହ ହରିଣଙ୍କ ସବୁ ଦାୟିତ୍ଵ ଏବେ ଢେଙ୍କାନାଳ ବନ ବିଭାଗର ବୋଲି ସେ ସଫେଇ ଦେଇଛନ୍ତି।

Leave A Reply

Your email address will not be published.

error: Content is protected !!