ଅନୁଗୁଳ: ଅନୁଗୁଳ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ଆଠମଲ୍ଲିକର ପୂର୍ବତନ ଶିକ୍ଷା ଜିଲ୍ଲା ଅଧିକାରୀ ସହଦେଵ ଦାସଙ୍କ ଶନିବାର ସକାଳେ ଅମଲାପଡ଼ାସ୍ଥିତ ବାସଭବନରେ ହୃଦଘାତରେ ପରଲୋକ ଘଟିଛି।ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସେ ଜଣେ ଆଦର୍ଶ , ଛାତ୍ରବତ୍ସଳ ଶିକ୍ଷକ ଓ ଦରଦୀ ମଣିଷ ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ ପରିଚିତଥିଲେ। ଅବସର ପରେ ସେ କେତୋଟି ପବ୍ଲିକ ସ୍କୁଲର ପ୍ରଶାସକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ସ୍ବର୍ଗତ ଦାସଙ୍କ ପରଲୋକ ଖବର ପାଇ ସହରର ବହୁ ଗଣମାନ୍ୟ ବ୍ୟକ୍ତି, ସାମ୍ବାଦିକ ଓ ରାଜନେତା ଅନ୍ତିମ ଦର୍ଶନ ପାଇଁ ବାସ ଭବନରେ ପହଞ୍ଚିଥିଲେ। ସ୍ବର୍ଗତ ଦାସଙ୍କ ଧର୍ମପତ୍ନୀ ଅନୁଗୁଳ ପୌର ପରିଷଦର ପୂର୍ବତନ ନଗରପାଳ ବିନୋଦିନୀ ଦାସ, ଦୁଇ ପୁଅ ବୋହୂ ଅନ୍ତିମଶଯ୍ୟା ନିକଟରେ ଉପସ୍ଥିତ ଥିଲେ। ସନ୍ଧ୍ୟାରେ କରଡାଗାଡ଼ିଆ ଶ୍ମଶାନରେ ସ୍ବର୍ଗତ ଦାସଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା।
ଅବସରପ୍ରାପ୍ତ ଶିକ୍ଷା ଅଧିକାରୀଙ୍କ ପରଲୋକ
- Post published:December 3, 2022
- Post category:ପ୍ରତିଭା ଓ ବ୍ୟକ୍ତିତ୍ୱ
- Post comments:0 Comments
- Post author:Biswaranjan Pattnaik

Tags: Angul