ଗୀତାର ସଂପୂର୍ଣ୍ଣ ୧୮ ଅଧ୍ୟାୟକୁ ନିର୍ଭୁଲ୍ ଭାବରେ କଣ୍ଠସ୍ଥ କରିଥିବା ତାଳଚେରର ଅରବିନ୍ଦ ପ୍ରଧାନଙ୍କୁ ସମ୍ବର୍ଦ୍ଧନା

0

ତାଳଚେର: ଅନ୍ତର୍ଜାତୀୟ ସଂସ୍ଥାନ ଲର୍ଣ୍ଣ ଗୀତା ଡଟ୍ କମ୍ ଓଡିଶା ଗୀତା ମୈତ୍ରୀ ମିଳନ ପରିବାର ତରଫରୁ ଭୁବନେଶ୍ୱର ସ୍ଥିତ ରେଲୱେ ଅଡିଟୋରିଅମ୍ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ତାଳଚେରର ଅରବିନ୍ଦ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଗୀତା ବିଶାରଦ ଡକ୍ଟର ଆସୁ ଗୋଏଲ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପ୍ରଧାନଙ୍କୁ ତିଳକ ଲଗାଇ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।

online coaching

ସୂଚନାଯୋଗ୍ୟ, ଶ୍ରୀ ପ୍ରଧାନ ଗୀତା ସଂପୂର୍ଣ୍ଣ ୧୮ ଅଧ୍ୟାୟକୁ ନିର୍ଭୁଲ୍ ଭାବରେ ମୁଖସ୍ଥ, କଣ୍ଠସ୍ଥ ପ୍ରତିଯୋଗିତାର ପର୍ଯ୍ୟାୟ କ୍ରମେ ଗୀତା ଜିଜ୍ଞାସା, ଗୀତା ପାଠକ, ଗୀତା ପଥିକ୍ ଏବଂ ଶେଷରେ ଗୀତାବ୍ରତୀ କୃତକାର୍ଯ୍ୟ ହୋଇଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ସମ୍ମାନ ପାଇବା ପରେ ଶ୍ରୀମଦ୍ ଭଗବତ ଗୀତା ପ୍ଲାବନ ସଂଗମ ଅନୁଷ୍ଠାନ ତାଳଚେର ପକ୍ଷରୁ ଏବଂ ବନ୍ଧୁବାନ୍ଧକ, ସାଙ୍ଗସାଥୀ ମାନଙ୍କ ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି।

ଶ୍ରୀ ପ୍ରଧାନ ତାଳଚେର ବ୍ଲକ କଣ୍ଢାଳ ପଞ୍ଚାୟତ ବାଲୁଙ୍ଗା ଖମାର ଗ୍ରାମର ଉଦୟ ଚନ୍ଦ୍ର ପ୍ରଧାନଙ୍କ ସାନ ପୁଅ। ଆଧ୍ୟାତ୍ମିକ ଜଗତରେ ସମାଜର ମଙ୍ଗଳ ଏବଂ ସମସ୍ତଙ୍କ ମଧ୍ୟରେ ଶ୍ରୀମଦ୍ ଭଗବତ ଗୀତା ପ୍ରତି ଆଗ୍ରହ ସୃଷ୍ଟି କରିବା ଉଚିତ୍ ବୋଲି ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି।

Leave A Reply

Your email address will not be published.

error: Content is protected !!