ଦେବର୍ଷି ନାରଦ ଜୟନ୍ତୀ ପାଳିତ: ସାମ୍ବାଦିକତାର ପ୍ରବାହରେ ନାରଦଙ୍କ ଭୂମିକା ନେଇ ଆଲୋଚନା

You are currently viewing ଦେବର୍ଷି ନାରଦ ଜୟନ୍ତୀ ପାଳିତ: ସାମ୍ବାଦିକତାର ପ୍ରବାହରେ ନାରଦଙ୍କ ଭୂମିକା ନେଇ ଆଲୋଚନା

ଅନୁଗୁଳ: ସ୍ଥାନୀୟ “ବ୍ଲାକ ଡାଇମଣ୍ଡ” ପ୍ରେକ୍ଷାଳୟରେ ବିଶ୍ୱ ସମ୍ବାଦ କେନ୍ଦ୍ର ଆନୁକୂଲ୍ୟରେ ରବିବାର ସୃଷ୍ଟିର ଆଦ୍ୟ ସାମ୍ବାଦିକ ଦେବର୍ଷି ନାରଦ ଜୟନ୍ତୀ ପାଳିତ ହୋଇଛି। ସମାଜସେବୀ ବିଜୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଶାନ୍ତନୁ କୁମାର ସର, ସମ୍ମାନିତ ଅତିଥିଭାବେ ଅଜିତ କୁମାର ଧର ଓ ଦ୍ୱାରିକା ପ୍ରସାଦ ନନ୍ଦ ଯୋଗ ଦେଇଥିଲେ। ଅତିଥିଙ୍କୁ ଗୋପାଳ ମୁନ୍ଦ୍ରା, ଅନିଲ ମହାନ୍ତି, ଅମିୟ କୁମାର କର ଓ ଗୋପାଳ ଅଗ୍ରୱାଲ ଅଙ୍ଗବସ୍ତ୍ର ଓ ନଡ଼ିଆ ଦେଇ ସମ୍ମାନିତ କରିଥିଲେ।

କାର୍ଯ୍ୟକ୍ରମରେ ସାମ୍ବାଦିକତାର ପ୍ରବାହରେ ଦେବର୍ଷି ନାରଦଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଥିଲା। ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ କରି ସମାଜରେ ଶାନ୍ତି ପ୍ରତିଷ୍ଠା କରିବା ଓ ରାଷ୍ଟ୍ରର ସୁରକ୍ଷା କରିବାରେ ସାମ୍ବାଦିକ ମାନଙ୍କର ଭୂମିକା ବିଷୟରେ ଅତିଥିମାନେ ତଥ୍ୟ ରଖିଥିଲେ। ସତ୍ୟଜିତ ନାୟକ ବିଶ୍ୱ ସମ୍ବାଦ କେନ୍ଦ୍ର ସମ୍ପର୍କରେ ସୂଚନା ଦେଇଥିଲେ।

Share

Leave a Reply