ଅନୁଗୁଳ: କେନ୍ଦ୍ର କ୍ରୀଡ଼ା ଏବ˚ ଯୁବ ସେବା ମନ୍ତ୍ରଣାଳୟ ଆନୁକୂଲ୍ୟରେ ନେହେରୁ ଯୁବ କେନ୍ଦ୍ର ଅନୁଗୁଳ ସହାୟତାରେ ଏକ ବିତର୍କ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଭର୍ଚୁଆଲ୍ ମୋଡ୍ରେ ଆୟୋଜିତ ଏହି ପ୍ରତିଯୋଗିତାରେ ଅନୁଗୁଳ, ବୌଦ୍ଧ, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାର ୫୦ରୁ ଅଧିକ ଯୁବ ପ୍ରତିଯୋଗୀ ଅ˚ଶଗ୍ରହଣ କରିଥିଲେ। ଅନୁଗୁଳ ସ୍ବୟ˚ଶାସିତ ମହାବିଦ୍ୟାଳୟର ଅଧ୍ୟାପିକା ଶାଶ୍ବତୀ ଶୁଭଦର୍ଶିନୀ, ସ୍ମିତା ମଲ୍ଲିକ, ଅଗ୍ନିଶମ ଅଧିକାରୀ ସୁକାନ୍ତ ନାଥ, ସମାଜସେବୀ ସୁଶାନ୍ତ ତ୍ରିପାଠୀ ଏବ˚ ସାମ୍ବାଦିକ ବିଶ୍ବର˚ଜନ ପଟ୍ଟନାୟକ ପ୍ରମୁଖ ବିଚାରକ ଭାବେ ଯୋଗଦାନ କରିଥିଲେ। ନେହେରୁ ଯୁବ କେନ୍ଦ୍ରର ମୁଖ୍ୟ ପ୍ରଦୀପ କୁମାରଙ୍କ ସମେତ ହେମାଳିନୀ ଜେନ୍, ତପନ ସାମଲ, ତାପସ ସାହୁ, ସୁଶୀଲ ସାହୁ, ବିଶ୍ବଜିତ୍ ଭୂତିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଜୟୀ ପ୍ରାର୍ଥୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅ˚ଶଗ୍ରହଣ କରିବେ।
ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ବିତର୍କ ପ୍ରତିଯୋଗିତା
- Post published:December 29, 2020
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul