ତାଳଚେର: ତାଳଚେର ଫରେଷ୍ଟ ରେଞ୍ଜ କଳମଛୁଇଁ ଗାଁରେ କାନ୍ଥରେ ପିଟି ହୋଇ ଆଜି ଏକ ହରିଣର ମୃତ୍ୟୁ ଘଟିଛି। ଗାଁ ଲୋକଙ୍କ କହିବାନୁଯାୟୀ, ହରିଣଟି ନିକଟସ୍ଥ ମହୀତଳା ଜଙ୍ଗଲରୁ ଆସି କଳମଛୁଇଁ ପୁରୁଣାସାହି ଦେଇ କାଳିକାପ୍ରସାଦ ସାହି ଆଡକୁ ଦୌଡ଼ୁଥିଲା। ଏହି ସମୟରେ ଗାଁର ଜଣଙ୍କ କାନ୍ଥରେ ପିଟି ହୋଇଯାଇଥିଲା। ଫଳରେ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ଘଟଣାସ୍ଥଳରେ ହିଁ ହରିଣଟିର ମୃତ୍ୟୁ ଘଟିଥିଲା। ଏନେଇ ଗାଁ ଲୋକେ ତାଳଚେର ଉପଖଣ୍ଡ ବନାଞ୍ଚଳକୁ ଜଣାଇଥିଲେ। ଖବର ପାଇ ବନ ବିଭାଗର ଅଧିକାରୀ ପହଞ୍ଚି ହରିଣର ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ତାଳଚେର ନେଇଯାଇଥିଲେ। ଖରା ଯୋଗୁ ହରିଣମାନେ ପାଣି ପାଇଁ ଗାଁ ମୁହାଁ ହେଉଥିବାରୁ ସେମାନଙ୍କ ପାଇଁ ଜଳର ବ୍ୟବସ୍ଥା କରିବାକୁ ଦାବି ହୋଇଛି।
କାନ୍ଥରେ ପିଟି ହୋଇ ହରିଣର ମୃତ୍ୟୁ
- Post published:May 7, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
