ବଇଣ୍ଡାରେ ଟ୍ରେନ ରହଣି ସହ ମୋବାଇଲ ଟାୱାର ନିର୍ମାଣ ପାଇଁ ସାଂସଦଙ୍କୁ ଦାବିପତ୍ର

You are currently viewing ବଇଣ୍ଡାରେ ଟ୍ରେନ ରହଣି ସହ ମୋବାଇଲ ଟାୱାର ନିର୍ମାଣ ପାଇଁ ସାଂସଦଙ୍କୁ ଦାବିପତ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଇଣ୍ଡାରେ ବିଭିନ୍ନ ଟ୍ରେନର ରହଣି ଦାବି କରିଛନ୍ତି ସ୍ଥାନୀୟ ଲୋକେ। ଏ ନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉଦ୍ଦେଶ୍ୟରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ବଇଣ୍ଡା ଅଂଚଳର ଅନୁଗୁଳ ଜିଲ୍ଲା କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଇଁ ପ୍ରବୀଣ କୁମାର ସାହୁ ସଂସଦ ଚାଲିଥିବା ବେଳେ ସାଂସଦ ଶ୍ରୀ ପାଣିଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି।

ଜିଲ୍ଲାର ଅଖରକଟା, ଫୁଲୁରୀବଣିଆ, ଆମ୍ବସରମୁଣ୍ଡା, ମଇମୁରା, ହାଁସଲା, କୃତିବାସପୁର, ନାବାଦୀପପୁର, ରାଜିଙ୍ଗ, ହିଞ୍ଜାଗୋଳା ଇତ୍ୟାଦି ଗାଁର ଲୋକ ମୋବାଇଲ ସେବାରୁ ବଂଚିତ ହେଉଛନ୍ତି। ଏଣୁ ଏସବୁ ଗାଁରେ ବିଏସଏନଏଲର ଟାୱାର ନିର୍ମାଣ ପାଇଁ ବି ସେ ଦାବି କରିଛନ୍ତି।

Share

Leave a Reply