ଗାଁକୁ ସ୍ଥାୟୀ ପକ୍କା ରାସ୍ତା ନିର୍ମାଣ ଦାବି, ବିଡିଓଙ୍କୁ ଭେଟିଲେ ଧଉରାଖମଣ ସାହିବାସୀ

You are currently viewing ଗାଁକୁ ସ୍ଥାୟୀ ପକ୍କା ରାସ୍ତା ନିର୍ମାଣ ଦାବି, ବିଡିଓଙ୍କୁ ଭେଟିଲେ ଧଉରାଖମଣ ସାହିବାସୀ

ଛେଣ୍ଡିପଦା: ସ୍ଥାନୀୟ ଛେଣ୍ଡିପଦା ବ୍ଲକ୍ ବାଲିପଟା ପଞ୍ଚାୟତର ଧଉରାଖମଣ ସାହିକୁ ସ୍ଥାୟୀ ରାସ୍ତା ନିର୍ମାଣ ଦାବି କରି ସାହିବାସୀ ଛେଣ୍ଡିପଦା ବ୍ଲକ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଧଉରାଖମଣ ସାହିରେ ୩୦ରୁ ଊର୍ଦ୍ଧ୍ବ ପରିବାର ବସବାସ କରନ୍ତି। କିନ୍ତୁ ସାହି ମଧ୍ୟକୁ ଯିବା ଆସିବା ପାଇଁ ସ୍ଥାୟୀ ରାସ୍ତା ନାହିଁ। ବର୍ଷା ଦିନ ଆସିଲେ ସାହି ବାସିନ୍ଦାଙ୍କ ଅବସ୍ଥା ନ କହିଲେ ଭଲ।

ସାମାନ୍ୟ ବର୍ଷା ହେଲେ ପିଲାମାନେ ସ୍କୁଲକୁ ବି ଯାଇ ପାରନ୍ତି ନାହିଁ। କାଦୁଅରେ ପଶି ପିଲାମାନେ ଅତି ବିପଦ ସଂକୁଳ ଅବସ୍ଥାରେ ସ୍କୁଲ ଯାଆନ୍ତି। ସେହିଭଳି ବୟସ୍କ ଲୋକ ତଥା ରୋଗୀଙ୍କ ଡାକ୍ତରଖାନା ଯିବା ଆସିବାରେ ବି ବହୁତ ସମସ୍ୟା ହୁଏ।

ଏହି ରାସ୍ତାର ମରାମତି ପାଇଁ ସାହିର ପ୍ରାୟ ୫୦ରୁ ଊର୍ଦ୍ଧ୍ବ ପୁରୁଷ ଏବଂ ମହିଳା ସୋମବାର ଏକ ଶୋଭାଯାତ୍ରାରେ ଛେଣ୍ଡିପଦା ବ୍ଲକ କାର୍ଯ୍ୟାଳୟକୁ ଆସିଥିଲେ। ସେଠାରେ ବିଡିଓ ତ୍ରିବିକ୍ରମ କୂମୁରା ଏବଂ ବ୍ଲକ ଅଧ୍ୟକ୍ଷା ସୁମିତ୍ରା ସାହୁଙ୍କୁ ଭେଟି ରାସ୍ତା ନିର୍ମାଣ ପାଇଁ ଦାବିପତ୍ର ପ୍ରଦାନ କରିଥିଲେ। ତେବେ ଖୁବଶୀଘ୍ର ସାହିକୁ ରାସ୍ତା ନିର୍ମାଣ ହେବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।

Share

Leave a Reply