ଅନୁଗୁଳ: ରାଜ୍ୟରେ ଖୁବ୍ ଶୀଘ୍ର ସାମ୍ବାଦିକ ଆଇନ୍ ଲାଗୁ କରିବାକୁ ଆଜି ତାଳଚେରର କାର୍ଯ୍ୟରତ ସାମ୍ବାଦିକ ସମୂହ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ସମୀର କୁମାର ଜେନାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରଥମେ ସାମ୍ବାଦିକମାନେ ତାଳଚେର ସହର ପରିକ୍ରମା କରି କିପରି ସାମ୍ବାଦିକଙ୍କ ଉପରେ ହେଉଥିବା ଆକ୍ରମଣକୁ ରୋକାଯାଇ ପାରିବ ସେ ନେଇ ଆଲୋଚନା କରିଥିଲେ। ଏ ଅବସରରେ କିଛିଦିନ ତଳେ ଟିଟିଲାଗଡ଼ରେ କାର୍ଯ୍ୟରତ କିଛି ସାମ୍ବାଦିକଙ୍କୁ ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ ମାଡ଼ ମାରିବା ଘଟଣାକୁ ନିନ୍ଦା କରାଯାଇଥିଲା। ଏହା ସହିତ ଖୁବ୍ ଶୀଘ୍ର ସାମ୍ବାଦିକଙ୍କ ପାଇଁ ସାମ୍ବାଦିକ ସୁରକ୍ଷା ଆଇନ୍ ଲାଗୁ କରାଯିବା ନେଇ ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।
ଦାବିପତ୍ର ପ୍ରଦାନ ବେଳେ ବିରଜା ଶଙ୍କର ମିଶ୍ର, ରବିନ୍ଦ୍ରନାଥ ସେଠ, ସୌଭାଗ୍ୟ ମହାରଣା, ମଦନ ମୋହନ ସାହୁ, ସୌଭାଗ୍ୟ ନାୟକ, ଶିବ ପ୍ରସାଦ ବେହେରା, ଗିରିଶ ଚନ୍ଦ୍ର ସାମଲ, ଆଦିତ୍ୟ ଦାସ, ସୟଦ ଜୁଲଫିକର ହୁସେନ୍, ବଜରଙ୍ଗ ଅଗ୍ରୱାଲା, ପ୍ରିୟ ମାଧବ ଦାସ, ବାପୁଜୀ ସାମଲ, ବିଜୟ ବେହେରା, ଗିରିଜା ନନ୍ଦନ ସାହୁ, ଦେବେନ୍ଦ୍ର ସାହୁ, ରାଜକିଶୋର ଭୂତିଆ, ମନିଲ ମହାରଣା, ବିକାଶ ସାହୁ, ସୁଶିଲ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।