ଅନୁଗୁଳ: ଅନୁଗୁଳ ପୌରପାଳିକା ଅନ୍ତର୍ଗତ ହୁଲୁରିସିଂହାର ୱାର୍ଡ ନଂ.୭, ୮ରେ ଥିବା ଚଉକୁଳି ବନ୍ଧର ଦଳ ସଫା କରିବା ସହ ଉନ୍ନତୀକରଣ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକ। ଏନେଇ ଅଞ୍ଚଳବାସୀ ଆଜି ଅନୁଗୁଳ ପୌର ନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖି ଦାବି ଜଣାଇଛନ୍ତି।
ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଦୁଇ ୱାର୍ଡରେ ଥିବା ଚଉକୁଳି ବନ୍ଧ ନାମକ ପୋଖରୀ ଉପରେ ଅଞ୍ଚଳବାସୀ ନିର୍ଭରଶୀଳ। ପ୍ରାୟ ୨୫ଶହରୁ ଅଧିକ ଲୋକ ପୋଖରୀର ପାଣି ବ୍ୟବହାର କରିଆସୁଥିଲେ। କିନ୍ତୁ କିଛି ବର୍ଷ ହେଲା ପୋଖରୀରେ ପଙ୍କ ଭର୍ତ୍ତି ହେବାରୁ ବ୍ୟବହାର ଅନୁପଯୋଗୀ ହୋଇ ପଡ଼ିରହିଛି। ଏଣୁ ସ୍ଥାନୀୟଲୋକେ ବାଧ୍ୟ ହୋଇ ଲିଙ୍ଗରା ନଦୀ ଉପରେ ଭରସା କରି ଚଳୁଥିଲେ। କିନ୍ତୁ ଏବେ ଲିଙ୍ଗରା ନଦୀ ଜଳ ବିଷାକ୍ତ ହେବା ସହ ବ୍ୟବହାରଯୋଗ୍ୟ ହୋଇନାହିଁ। ତେଣୁ ପାଣି ପାଇଁ ଦୁଇ ୱାର୍ଡର ଲୋକ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଏଣୁ ଯଥାଶୀଘ୍ର ପୋଖରୀକୁ ସଫା, ଖନନ, ରିଟେଣ୍ଡି ୱାଲ, ପାଚେରୀ ନିର୍ମାଣ, ଆଲୋକୀକରଣ ଆଦି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।