ଗ୍ରେଡ ପେ’ ବୃଦ୍ଧି ଦାବି: ଅନିର୍ଦ୍ଦିଷ୍ଟ କାଳ ପାଇଁ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ଧାରଣା

You are currently viewing ଗ୍ରେଡ ପେ’ ବୃଦ୍ଧି ଦାବି: ଅନିର୍ଦ୍ଦିଷ୍ଟ କାଳ ପାଇଁ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ଧାରଣା

ଅନୁଗୁଳ: ଗ୍ରେଡ ପେ ଓ ସ୍କେଲ ବୃଦ୍ଧି ଦାବିରେ ସାରା ରାଜ୍ୟରେ ଅମଲାମାନେ ଧାରଣାରେ ବସିଛନ୍ତି। ଅନୁଗୁଳ ଜିଲ୍ଲାର ଅମଲା ସଂଘ ମଧ୍ୟ ଏହି ଧାରଣାରେ ସାମିଲ ହୋଇଛନ୍ତି।

ଏ ଅବସରରେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ ଜଣାଇଛନ୍ତି ଯେ, ରାଜ୍ୟ ସରକାରଙ୍କ ନିକଟରେ ବିଭିନ୍ନ ଦାବି ଉପସ୍ଥାପନ କରି ଅସଫଳ ହେବା କାରଣରୁ ରାଜ୍ୟ ଅମଲା ସଂଘର ଡାକରାରେ ଅନୁଗୁଳ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ଜୁନ୍ ୧ ତାରିଖ ୨୦୨୩ ମସିହା ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ। ଏହି ସମୟରେ କାର୍ଯ୍ୟ ବାଧାପ୍ରାପ୍ତ ହେଲେ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ସଂଘ କହିଛି।

Share

Leave a Reply