‘ମିମ୍‌ସାର୍’ କାର୍ଯ୍ୟକ୍ଷମ ଦାବିରେ ବୈଠକ

You are currently viewing ‘ମିମ୍‌ସାର୍’ କାର୍ଯ୍ୟକ୍ଷମ ଦାବିରେ ବୈଠକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଠାରେ ଏମ୍‌ସିଏଲ୍‌ ପକ୍ଷରୁ ନିର୍ମିତ ତାଳଚେର ମେଡିକାଲ୍ କଲେଜ (ମିମ୍‌ସାର୍) କୁ ସରକାରୀ ପରିଚାଳନାରେ କାର୍ଯ୍ୟକ୍ଷମ ଦାବିରେ ପରିବେଶ ସୁରକ୍ଷା ସମିତିର ଏକ ବୈଠକ ମଙ୍ଗଳବାର ହାଣ୍ଡିଧୂଆଁ ଠାରେ ଅନୁଷ୍ଠିତ ହୋଇଯାଇଛି । ସମିତିର ଆବାହକ ପଦ୍ମଚରଣ ସାମଲ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଦାବି ପୂରଣ ନିମନ୍ତେ ଆନ୍ଦୋଳନକୁ କରିବାକୁ ସ୍ଥିର ହୋଇଥିଲା। ଏହି ବୈଠକର ନିଷ୍ପତି ଅନୁଯାୟୀ ପରବର୍ତ୍ତୀ ବୈଠକରେ ଆନ୍ଦୋଳନ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି କୁ ହାଯାଇଥିଲା। ବୈଠକରେ ପ୍ରହ୍ଲାଦ ଚନ୍ଦ୍ର ସାହୁ, ରଣଜିତ କୁମାର ମହାପାତ୍ର, ପ୍ରେମାନନ୍ଦ ମହାନ୍ତି, ପୂର୍ବତନ ନଗରପାଳ କେଶବ ଭୂତିଆ, ପୂର୍ବତନ ସମିତି ସଭ୍ୟ ବିନୋଦ ଲାଲ୍, ଉର୍ମିଳା ଦେହୁରୀ, ବୃନ୍ଦାବନ ସାହୁ, ସୁକାନ୍ତ ପ୍ରଧାନ, ବିଭୁତି ସାହୁ, ସୁରେଶ କହଁର ପ୍ରମୁଖ ସାମିଲ ଥିଲେ।

Share

Leave a Reply