ରାଣୀଗୋଡ଼ା ମୌଜାର ଗୋଚର ଜମିକୁ ଜବରଦଖଲ କରି କରାଯାଉଛି ଅନୈତିକ କାର୍ଯ୍ୟ, ସରକାରୀ ଖାତାକୁ ଫେରାଇ ଆଣିବାକୁ ଜିଲ୍ଲାପାଳଙ୍କୁ ଦାବି

You are currently viewing ରାଣୀଗୋଡ଼ା ମୌଜାର ଗୋଚର ଜମିକୁ ଜବରଦଖଲ କରି କରାଯାଉଛି ଅନୈତିକ କାର୍ଯ୍ୟ, ସରକାରୀ ଖାତାକୁ ଫେରାଇ ଆଣିବାକୁ ଜିଲ୍ଲାପାଳଙ୍କୁ ଦାବି

ଅନୁଗୁଳ: ବୁଧବାର ଅନୁଗୁଳ ସହର ଉପକଣ୍ଠ ରାଣୀଗୋଡ଼ା ମୌଜାର ଅଧିବାସୀ ଜିଲ୍ଲାପାଳଙ୍କୁ ଭେଟି ମୌଜାର ଗୋଚର ଜମି ଜବର ଦଖଲ ହଟାଇବା ସହ ସରକାରୀ ଖାତାକୁ ଫେରାଇ ଆଣିବା ନେଇ ଦାବି କରିଛନ୍ତି।
ସୂଚନାଯୋଗ୍ୟ ଯେ ରାଣୀଗୋଡ଼ା ମୌଜାର ଅନେକ ଗୋଚର ଜମିକୁ କିଛି ଖଳ ପ୍ରକୃତିର ଲୋକ ନିଜ ଅକ୍ତିଆରକୁ ନେଇ ସେଥିରୁ ଅର୍ଦ୍ଧାଧିକ ଜମି ଅନ୍ୟମାନଙ୍କୁ ବିକ୍ରୟ କରିଦେଇଛନ୍ତି। ଜମି କିଣି ଥିବା ବ୍ୟକ୍ତିମାନେ ସେଥିରେ ସ୍ଥାୟୀ ଗୃହ ନିର୍ମାଣ କରି ବସବାସ କରିବା ସହ ଅନୈତିକ କାର୍ଯ୍ୟ କରୁଛନ୍ତି। ଏ ନେଇ କୋର୍ଟରେ ଅଭିଯୋଗ ଦାଖଲ କରାଯାଇ ଜିଲ୍ଲା ପ୍ରଶାସନକୁ ଉକ୍ତ ନିର୍ଦ୍ଦେଶ ବିଷୟରେ ଜଣାଯାଇଛି। କିନ୍ତୁ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏଣୁ ଆଜି ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି।

Share

Leave a Reply