ବୁଧବାରଠୁ ବଇଣ୍ଡାରେ ଚନ୍ଦନ ଯାତ୍ରା: ୫ ଦିନ ମଦ ବିକ୍ରି ବନ୍ଦ ପାଇଁ ଦାବି ପତ୍ର ପ୍ରଦାନ

You are currently viewing ବୁଧବାରଠୁ ବଇଣ୍ଡାରେ ଚନ୍ଦନ ଯାତ୍ରା: ୫ ଦିନ ମଦ ବିକ୍ରି ବନ୍ଦ ପାଇଁ ଦାବି ପତ୍ର ପ୍ରଦାନ

ବଇଣ୍ଡା : ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ଠାରେ ବୁଧବାର ଠାରୁ ଆରମ୍ଭ ହେବ ଚନ୍ଦନ ଯାତ୍ରା। ବିଶେଷ କରି ଗୋଟିଏ ଦିନ ଯାତ୍ରା ସହ ୪ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ପାଇଁ ଅଞ୍ଚଳବାସୀ ନିଷ୍ପତ୍ତି ନେଇଛନ୍ତି। କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ କଳାକାର ଅଂଶ ଗ୍ରହଣ କରିବେ। ଯାତ୍ରା ସମୟରେ ବଇଣ୍ଡା ଅଞ୍ଚଳରେ ବିଦେଶୀ ମଦ ଦୋକାନ ଓ ଦେଶୀ ମଦ ଦୋକାନକୁ ୫ ଦିନ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ବଇଣ୍ଡା ଚନ୍ଦନ ଯାତ୍ରା କମିଟି ପକ୍ଷରୁ ଦାବି ହୋଇଛି। ଏ ନେଇ ସୋମବାର ବଇଣ୍ଡା ଅବକାରୀ ଉପ ନିରୀକ୍ଷକ ଗାୟତ୍ରୀ ମାଝୀଙ୍କ ଜରିଆରେ ଅନୁଗୁଳ ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ଅନେକ ମହିଳା, ଝିଅ, ଯୁବତୀ, ଛାତ୍ରୀ ମାନେ ଏହି ଯାତ୍ରା ଦେଖିବାକୁ ଆସୁଥିବା ବେଳେ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ୫ ଦିନ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଦାବି କରାଯାଇଛି। ମଦ ଦୋକାନ ବନ୍ଦ କରାନଗଲେ ଆଗାମୀ ଦିନରେ ଯାହା ବିଶୃଙ୍ଖଳା ସୃଷ୍ଟି ହେବ ସେଥିପାଇଁ ଜିଲ୍ଲା ଅବକାରୀ ବିଭାଗ ଦାୟୀ ରହିବ ବୋଲି କମିଟି ଚେତାବନୀ ଦେଇଛି।

ତେବେ ଏ ନେଇ ବଇଣ୍ଡା ଅବକାରୀ ଉପ ନିରୀକ୍ଷକ ଗାୟତ୍ରୀ ମାଝୀ କୁହନ୍ତି, ଜିଲ୍ଲା ଅବକାରୀ ଅଧୀକ୍ଷକ ଯାହା ନିର୍ଦ୍ଦେଶ ଦେବେ ତାହା କରାଯିବ ବୋଲି କହିଛନ୍ତି।

Share

Leave a Reply