ପାନୀୟ ଜଳ ସମେତ ଅନ୍ୟାନ୍ୟ ସମସ୍ୟା ନେଇ ତାଳଚେର ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କଲେ ଗୁରୁଜାଙ୍ଗ ଗ୍ରାମବାସୀ

0

ତାଳଚେର : ତାଳଚେର ବ୍ଲକ ଅନ୍ତର୍ଗତ ଗୁରୁଜାଙ୍ଗ ଗ୍ରାମର ବିଭିନ୍ନ ଦାବି ନେଇ ଗ୍ରାମବାସୀମାନେ ତାଳଚେର ଉପଜିଲ୍ଳାପାଳ, ବ୍ଲକ ଉନ୍ନୟନ ଅଧିକାରୀ, ତହସିଲଦାର ଓ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ମୁତାବକ, ଗାଁରେ ଉଦଘାଟିତ ହୋଇଥିବା ମେଗାପାନୀୟ ଜଳ ପ୍ରକଳ୍ପ କାମ ଏବେ ଯାଏଁ ସରି ନାହିଁ। ପ୍ରଥମେ ପାଣି ମେଗାଜଳ ପ୍ରକଳ୍ପ ଟାଙ୍କିକୁ ଯିବ, ତାପରେ ପୂର୍ବରୁ ଥିବା ଗ୍ରାମ ଜଳପ୍ରକଳ୍ପ ଟାଙ୍କିକୁ ପାଣି ଯିବ ଓ ଗ୍ରାମବାସୀମାନେ ପାଣି ପିଇବେ ବୋଲି ନିଷ୍ପତ୍ତି ହୋଇଥିଲା। କିନ୍ତୁ ବିଡ଼ିଓଙ୍କ ପରିଚୟ ପତ୍ର ସଂଖ୍ୟା ୫୯୧ରେ ସୂଚୀତ ଥିଲା ଯେ, ପୂର୍ବକମିଟି ପଞ୍ଚାୟତକୁ ହସ୍ତାନ୍ତର କରିବେ ଓ ପଞ୍ଚାୟତର ନିର୍ଦ୍ଦେଶକ୍ରମେ ପାଣି ଚାଲିବ। ବର୍ତ୍ତମାନ ପୂର୍ବ କମିଟିର ସଭାପତି ପରମାନନ୍ଦ ସାହୁ ପଞ୍ଚାୟତକୁ ହସ୍ତାନ୍ତର ନ କରି ପମ୍ପଘର ଓ ଓଭରେଡ଼୍ ଟାଙ୍କିକୁ ତାଲା ପକାଇ ରଖିଛନ୍ତି।
ସେହିପରି ଗୋଡ଼ିବନ୍ଧ ଡାକ୍ତରଖାନାର ଚାରିପଟେ ଅସ୍ଥାୟୀ ଦୋକାନ ଗୃହ ଏବଂ ଚିକିତ୍ସାଳୟ ସାମ୍ନାରେ ଥିବା ଜଳଖିଆ ଦୋକାନରୁ ପ୍ରବଳମାତ୍ରାରେ ଧୂଆଁ ବାହାରୁଥିବାରୁ ପ୍ରଦୂଷଣ ହୋଇ ଚିକିତ୍ସାଳୟ ଓ ରୋଗୀଙ୍କ ଉପରେ ପ୍ରଭାବ ପକାଉଛି। ଏହାକୁ ଭାଙ୍ଗି ନୂତନ ଗୃହ ନିର୍ମାଣ ନିମନ୍ତେ ଅନୁଦାନ ଆସିଥିଲେ ବି କାର୍ଯ୍ୟକାରୀ ହୋଇପାରୁନି।

ସେହିଭଳି ଗୁରୁଜାଙ୍ଗ ଗ୍ରାମରେ ଥିବା ବ୍ରାହ୍ମଣୀନଦୀ କୂଳରେ ଦେଶୀ ମହୁଲି ଭାଟ୍ଟି ଦିନକୁ ଦିନ ତା’ ନିଜର ପତିଆର ବଢ଼ାଇବାରେ ଲାଗିଛି। ଏହାକୁ ବନ୍ଦ କରିବାକୁ ଗାଁ ଲୋକ ଦାବି କରିଛନ୍ତି।

ଦାବି ପତ୍ର ପ୍ରଦାନ ବେଳେ ଜିଲ୍ଲା ପରିଷଦ ବିଭୁପ୍ରସାଦ ପତି, ସରପଞ୍ଚ ଅମ୍ବିକା ତ୍ରିପାଠୀ, ଜାୟତ୍ରୀ ଖଟୁଆ, ଲକ୍ଷ୍ମୀ ବେହେରା, ସୌଭାଗିନୀ ବେହେରା, ପୂର୍ବତନ ସରପଞ୍ଚ ବାସନ୍ତୀ ନାଥ, ପୂର୍ବତନ ସମିତି ସଭ୍ୟ ଧିରେନ୍ ପାଣି, ତ୍ରିପୁର ବେହେରା, ବୀରବର ନାଥ, ହେମନ୍ତ ପାଣି, ପ୍ରେମାନନ୍ଦ ପାଣି, କପିଳେଶ୍ୱର ପାଣି, ଚତୁର୍ଭୂଜ ନନ୍ଦ, ଚତୁର୍ଭୂଜ ପାଣି, ନଡ଼ିଆ ନନ୍ଦ, ଜନକ ନନ୍ଦ, ସୁଶାନ୍ତ ପାଣି, ଅରେନ୍ ପାଣି, ପିଂଟୁ ପାଣି, ଦେବାନନ୍ଦ ପାଣି, ବିରେନ୍ ପାଣି, କାଳିଆ ପାଣି, ଈଶ୍ୱର ସେଠୀ, ଭଗବାନ ସାହୁ, ପଦ୍ମଚରଣ ବେହେରା, ରୋହିତ ପାଣି, ବିଜୟ ପାଣି, ଭାରତୀ ନାଥ, ଉମାକାନ୍ତ ନନ୍ଦ, ମହେଶ୍ୱର ସାହୁ, ବୁବୁ ପାଣି, ରଞ୍ଜନ ବେହେରା, ଦିପୁ ପାଣି, ପପୁ ପାଣି, ଜୟନ୍ତ ସାହୁ, ସୌମ୍ୟରଞ୍ଜନ କର, ତ୍ରିନାଥ ସେଠୀ, ଜ୍ୟୋତିପ୍ରକାଶ ପାଣି, ସାରଦା ପ୍ରସାଦ ପାଣି, ସୁନିଲ କର, ସରୋଜ ବେହେରା, ଦୁଷ୍ମନ୍ତ ବେହେରା, ରଞ୍ଜନ ବେହେରା, ମାଗୁଣି ବେହେରା, ଅନୁକୂଳ ନାଥ, ରାଜେଶ ପାଣିଙ୍କ ସମେତ ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ।

Leave A Reply

Your email address will not be published.

error: Content is protected !!