ମନ୍ଦିର କମିଟି ଭାଙ୍ଗି ନୂତନ ଗଢିବାକୁ ଜିଲ୍ଲାପାଳଙ୍କୁ ସ୍ମାରକ

You are currently viewing ମନ୍ଦିର କମିଟି ଭାଙ୍ଗି ନୂତନ ଗଢିବାକୁ ଜିଲ୍ଲାପାଳଙ୍କୁ ସ୍ମାରକ

ଅନୁଗୁଳ: ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସମ୍ପତି ଚୋରି ହେବା ଘଟଣାରେ ଅନୁଗୁଳର ସ୍ବେଛାସେବୀ ଓ ସ୍ଥାନୀୟ ବାସିନ୍ଦା ଆଜି ଅନୁଗୁଳ ଜିଲ୍ଲାପାଳ ଅବଦାଲ ଏମ ଅଖତାରଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ସ୍ମାରକରେ ମନ୍ଦିରରୁ ଚୋରି କରିଥିବା ଅଭିଯୁକ୍ତଙ୍କୁ ଧରିବା, ଚୋରି ଘଟଣାରେ ଅବହେଳା କରିଥିବା କର୍ମଚାରୀଙ୍କୁ ବରଖାସ୍ତ କରିବା, ପୁରୁଣା କମିଟି ଭାଙ୍ଗି ନୂତନ କମିଟି ଗଠନ କରିବା ଆଦି ଦାବି ନେଇ ଅଭିଯୋଗକାରୀ ମାନେ ଦାବି ରଖିଥିଲେ। ସ୍ବେଛାସେବୀ ପର୍ଶୁରାମ ଦାଶ, ଯୋଗ ଗୁରୁ ଅଭୟ ରାୟ, ଅଜୟ ଭାଇ, ବ୍ରହ୍ମଜ୍ୟୋତି ମିଶ୍ର, ରାଜେନ୍ଦ୍ର ପ୍ରଧାନ, କାଉନସିଲର ସରିତା ମିଶ୍ର ଓ ଅନ୍ୟମାନେ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଥିଲେ।

Share

Leave a Reply