ସରକାରୀ ମେଡିକାଲ କଲେଜକୁ କାର୍ଯ୍ୟକ୍ଷମ କରିବା ଦାବି: ଜୁଲାଇ ୪ରେ କ୍ରିୟାନୁଷ୍ଠାନ କମିଟିର ବିକ୍ଷୋଭ

You are currently viewing ସରକାରୀ ମେଡିକାଲ କଲେଜକୁ କାର୍ଯ୍ୟକ୍ଷମ କରିବା ଦାବି: ଜୁଲାଇ ୪ରେ କ୍ରିୟାନୁଷ୍ଠାନ କମିଟିର ବିକ୍ଷୋଭ

ତାଳଚେର : ତାଳଚେର ସରକାରୀ ମେଡିକାଲ କଲେଜକୁ ସରକାରୀ ପରିଚାଳନାରେ ଅବିଳମ୍ବେ କାର୍ଯ୍ୟକ୍ଷମ କରିବା ଦାବିରେ ତାଳଚେର ସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ଡେରା ଶିବ ମନ୍ଦିରରେ ଅନୁଷ୍ଠିତ ହୋଇଛି।
ପ୍ରକାଶ ଯେ ଗତ ବର୍ଷ ମାର୍ଚ୍ଚ ୩ ତାରିଖ ଠାରୁ ସମ୍ମିଳିତ ଭାବରେ ତାଳଚେର ସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇ ଏପର୍ଯ୍ୟନ୍ତ ଆନ୍ଦୋଳନ ବଜାୟ ରହିଛି। ଗତ ବର୍ଷ ଜୁଲାଇ ୪ ତାରିଖରେ କମିଟି ପକ୍ଷରୁ ତାଳଚେର ବନ୍ଦ ଡାକରା ଦିଆଯାଇଥିଲା। ଏଥିରେ ସାମିଲ ଥିବା ୧୭ ଜଣଙ୍କୁ ପୋଲିସ ଗିରଫ କରିଥିଲା। ଏହି ଗିରଫଦାରୀର ବର୍ଷ ପୂର୍ତ୍ତି ଓ ଅବିଳମ୍ବେ ତାଳଚେର ସରକାରୀ ମେଡିକାଲ କଲେଜକୁ ସରକାରୀ ପରିଚାଳନାରେ କାର୍ଯ୍ୟକ୍ଷମ କରିବା ଦାବିରେ ଆସନ୍ତା ଜୁଲାଇ ୪ ତାରିଖ ଦିନ ତାଳଚେର ଉପଜିଲ୍ଲାପାଳଙ୍କ ଅଫିସଠାରେ ଏକ ବିକ୍ଷୋଭ କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ଘୋଷଣା କରାଯାଇଛି।

ଆଜିର ସଭାରେ କମିଟିର ଆବହକ ପଦ୍ମଚରଣ ସାମଲ, ଦିଗାମ୍ବର ଗଡନାୟକ, କେଶବ ଭୂତିଆ, ଭିକାରୀ ଚରଣ ପ୍ରଧାନ, ପ୍ରେମାନନ୍ଦ ମହାନ୍ତି, ଚୈତନ୍ୟ ପ୍ରଧାନ, ଅଭୟ ପାଣି, ବିଜୟ କୁମାର ମିଶ୍ର, ଗଗନ ବିହାରୀ ଦାସ, କୈଳାସ ଚନ୍ଦ୍ର ସାହୁ, ବଳରାମ ବେହେରା, ପଦ୍ମନାଭ ସାହୁ, ଦିଲେଶ୍ୱର ବେହେରା, ହରେକୃଷ୍ଣ ମହାପାତ୍ର, ଗିରିଶ ମହାରଣା, ହଳଧର ନନ୍ଦ, ଦୁର୍ଗାଚରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply