ବ୍ୟବସାୟୀଙ୍କ କବ୍‌ଜାରେ ସ୍କୁଲ ଖେଳପଡ଼ିଆ, ଉଚ୍ଛେଦ ଦାବିରେ ସାହିବାସିନ୍ଦାଙ୍କ ରାସ୍ତାରୋକ

You are currently viewing ବ୍ୟବସାୟୀଙ୍କ କବ୍‌ଜାରେ ସ୍କୁଲ ଖେଳପଡ଼ିଆ, ଉଚ୍ଛେଦ ଦାବିରେ ସାହିବାସିନ୍ଦାଙ୍କ ରାସ୍ତାରୋକ

ଅନୁଗୁଳ: ସ୍କୁଲଖେଳ ପଡ଼ିଆକୁ କବ୍‌ଜା କରି ରଖିଛନ୍ତି ବ୍ୟବସାୟୀ । ଲୁହା ଛଡ଼, ଆଜବେଷ୍ଟସ୍ ଗଦା କରି ରଖିଥିବାରୁ ଛାତ୍ରଛାତ୍ରୀଙ୍କ ଖେଳକୁଦରେ ସମସ୍ୟା ସୃଷ୍ଟି ହୋଇଛି । ଏ ନେଇ ସ୍ଥାନୀୟ ତହସିଲଦାର ଓ ପୁଲିସକୁ ବାରମ୍ବାର ଜଣାଇବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ରାଜରାସ୍ତାକୁ ଓହ୍ଲାଇଲେ ସାହିବାସିନ୍ଦା । ଛେଣ୍ଡିପଦା ବ୍ଳକ୍ କୋଶଳା ଶିମିଳିସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ଖେଳପଡ଼ିଆ ଜବରଦଖଲରେ ଥିବାରୁ ଏହାର ପ୍ରତିବାଦରେ ସାହିବାସିନ୍ଦା ମଙ୍ଗଳବାର ଅନୁଗୁଳ-ଛେଣ୍ଡିପଦା ରାଜ୍ୟ ରାଜପଥ ଅବରୋଧ କରିଥିଲେ । ଶିମିଳିସାହି ସଭାପତି ପ୍ରାଣବନ୍ଧୁ ସାହୁ, ସମ୍ପାଦକ ଦୁର୍ଯ୍ୟୋଧନ ସାହୁଙ୍କ ନେତୃତ୍ବରେ ସକାଳ ୬ଟାରୁ ରାସ୍ତାରେ ଟାୟାର ରଖି ଗ୍ରାମବାସୀ ଧାରଣାରେ ବସିଥିଲେ। ପୂର୍ବାହ୍ନ ସାଢ଼େ ୧୦ଟା ବେଳେ ତହସିଲଦାର ଡାନିଏଲ ଏକ୍କା ଯାଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ତିନି ଦିନ ମଧ୍ୟରେ ଖେଳ ପଡ଼ିଆରୁ ଛଡ଼, ଆଜବେଷ୍ଟସ୍ ଆଦି ସ୍ଥାନାନ୍ତର କରାଯିବ ବୋଲି ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

Share

Leave a Reply