ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରେ ହେବାକୁ ଥିବା କୋଇଲା ଖଣି ଅଞ୍ଚଳରେ ସଠିକ ସଂସ୍ଥା ଦ୍ବାରା ପରିବେଶୀୟ ଆକଳନ କରିବାକୁ ଦାବି ହୋଇଛି। ରବିବାର ଅପରାହ୍ନରେ ସ୍ଥାନୀୟ ଏକ ହୋଟେଲରେ ଛେଣ୍ଡିପଦା ଖଣି ପ୍ରଭାବିତ ପ୍ରଜା ସଂଘ ଏବଂ ସିଟିଜେନ ଆକ୍ସନ ଫୋରମ ପକ୍ଷରୁ ଏଜ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତ୍ରୀ ଇଂ. ସଶ୍ମିତା ବେହେରା ଛେଣ୍ଡିପାଦା ଅଞ୍ଚଳରେ ସିଙ୍ଗରାଣୀ କମ୍ପାନୀର ନୈନି କୋଲ ବ୍ଲକ ଖଣି ଅଧିଗ୍ରହଣ କରିବାକୁ ଅନୁମତି ମିଳିଛି। କମ୍ପାନୀକୁ ମିଳିଥିବା ପ୍ରାୟ ୯ ଶହ ହେକ୍ଟର ଜମିରୁ ୮ ଶହ ହେକ୍ଟର ଜଙ୍ଗଲ ଜମି ରହିଛି। ଏହି ଜଙ୍ଗଳ ଜମିରେ ଅତି ମୂଲ୍ୟବାନ ଗଛ ଲତା ଥିବା ବେଳେ ଏହା ହାତୀମାନଙ୍କ ପାଇଁ ଏକ ପ୍ରକୃଷ୍ଟ ସ୍ଥାନ ଅଟେ। ଯେଉଁଥିପାଇଁ କି ଏଠାରେ ପ୍ରାୟ ସମୟରେ ହାତୀ ମଣିଷ ବିବାଦ ଲାଗି ରହିଛି। ତେଣୁ ଅନେକ ହାତୀ ଓ ମଣିଷଙ୍କ ମୃତ୍ୟୁ ହୋଇଛି। କୃଷି ପ୍ରଧାନ ଏହି ଛେଣ୍ଡିପଦା ବ୍ଲକ୍ ଅଞ୍ଚଳରେ କୋଇଲା ଖଣି ପ୍ରତିଷ୍ଠ ହେବା ଦ୍ବାର ପରିବେଶ ପ୍ରତି ବିପଦ ସୃଷ୍ଟି ହେବାର ଆଶଂଙ୍କା ଦେଖା ଦେଇଛି। ତେଣୁ ଏ କ୍ଷେତ୍ରରେ କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ଠିକ ଭାବେ ପରିବେଶୀୟ ଆକଳନ ନକରି ଖଣି ଖୋଳିବାକୁ ଅନୁମତି ଦେବାକୁ ରାଜ୍ୟ ଉପରେ ଚାପ ପକାଉଛି। ତେଣୁ ଏହି ଅଞ୍ଚଳରେ ଡେରାଡ଼ୁନରେ ଥିବା ଇଣ୍ଡିଆନ କାଉଁସିଲ ଫର ଫରେଷ୍ଟ୍ରୀ ରିସର୍ଚ୍ଚ ଆଣ୍ଡ ଏଡୁକେସନ ଦ୍ବାରା ପରିବେଶୀୟ ଆକଳନ କରିବାକୁ ଦାବି କରାଯାଉଛି। ଏଥିସହ ଏହି ଅଞ୍ଚଳର ବିସ୍ଥାପିତମାନଙ୍କ ପାଇଁ ବସତି ଯୋଗ୍ୟ ଯୋଜନା ପ୍ରସ୍ତୁତ କରିବାକୁ ଦାବି କରାଯାଉଛି ବୋଲି ପ୍ରକାଶ କରିଥିଲେ। ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସିଟିଜେନ୍ ଆକ୍ସନ ଫୋରମର ସଭାପତି ରବିନ୍ଦ୍ର ପ୍ରସାଦ ପଟ୍ଟନାୟକ, ସମ୍ପାଦକ ବିଜୟ ମିଶ୍ର, କଂଗ୍ରେସ ନେତା ଜିତେନ୍ଦ୍ର ସାହୁ, ପ୍ରଜା ସଂଘର ଲୁଲୁ ପ୍ରଧାନ, ଅଶୋକ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।
ଛେଣ୍ଡିପଦା କୋଇଲା ଖଣି ପାଇଁ ସଠିକ ସଂସ୍ଥା ଦ୍ବାରା ପରିବେଶୀୟ ଆକଳନ ଦାବି
- Post published:May 8, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
