ଅନୁଗୁଳ: ତାଳଚେର ପରିବହନ କାର୍ଯ୍ୟାଳୟ ଅଧୀନସ୍ଥ ପବିତ୍ରନଗର ଅଂଚଳର ବିଭିନ୍ନ ରାସ୍ତାରେ ବସ୍ ଚଳାଚଳ ବ୍ୟବସ୍ଥା କରାଯିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି । ଏ ଅଞ୍ଚଳରେ ଯାତ୍ରୀବାହୀ ବସ୍ ଚଳାଚଳ କରୁ ନଥିବାରୁ ଜନସାଧାରଣ ନାହିଁ ନଥିବା ହଇରାଣ ହେଉଛନ୍ତି । କଟକ ଓ ଭୁବନେଶ୍ୱରକୁ ବସ୍ ସୁବିଧା ନଥିବାରୁ ଚିକିତ୍ସା ତଥା ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ନିମନ୍ତେ ଲୋକଙ୍କୁ ଦିନ ଦିନ ସମୟ ଲାଗୁଛି । ପବିତ୍ରନଗର ଠାରୁ ତାଳଚେର, ଢେଙ୍କାନାଳ, କଟକ, ଭୁବନେଶ୍ୱର ଏବଂ ପବିତ୍ରନଗର ଠାରୁ ପରଜଙ୍ଗ, ଢେଙ୍କାନାଳ ଓ କଟକ ରୁଟରେ ଭୁବନେଶ୍ୱର ପର୍ଯ୍ୟନ୍ତ ବସ ଚଳାଚଳର ଆବଶ୍ୟକତା ରହିଛି। ସେହିପରି ରେଙ୍ଗାଳି ନିକଟସ୍ଥ ସୁସୁବା ଗ୍ରାମ ପଞ୍ଚାୟତ କଦଳୀପାଳଠାରୁ ଗଣ୍ଡମଳା, ପବିତ୍ରନଗର, ମାଣିକମରା, ସରାଙ୍ଗ, ତାଳଚେର ବସଷ୍ଟାଣ୍ଡ, ସାଉଥିବଲଣ୍ଡା ରୁଟରେ ଗୋପାଳପ୍ରସାଦ, କଦଳୀପାଳ ଠାରୁ ଗଣ୍ଡମଳା, ସମଲ, ବଲାଙ୍ଗି, ଧୋବାପାଳ, କଳମଛୁଇଁ ରୁଟରେ ଅନୁଗୁଳ ଏବଂ ରେଙ୍ଗାଳି ଠାରୁ କଣିହାଁ, ସମଲ, ପବିତ୍ରନଗର ରୁଟରେ କଦଳୀପାଳ ପର୍ଯ୍ୟନ୍ତ ବସ ବ୍ୟବସ୍ଥା କରାଯାଉ ବୋଲି ଦୀର୍ଘ ଦିନରୁ ଦାବି ହୋଇ ଆସୁଛି । କଣିହାଁଠାରୁ ସମଲ ପବିତ୍ରନଗର, ବିରୁ, ଭେଜିଆ ରୁଟରେ କଙ୍କଡାହାଡ଼ ପର୍ଯ୍ୟନ୍ତ ଏବଂ କଦଳୀପାଳ ଠାରୁ ଗେଙ୍ଗୁଟିଆ, କରଡ଼ାଖମଣ, ପବିତ୍ରନଗର, ମହିଧରପୁର ରୁଟରେ କଙ୍କଡ଼ାହାଡ଼ ପର୍ଯ୍ୟନ୍ତ ବିଜୁ ଗାଁ ଗାଡ଼ି ଚଳାଚଳ ପାଇଁ ଦାବି ହୋଇଛି ।
ପବିତ୍ରନଗର ଅଂଚଳରୁ ବସ ଚଳାଚଳ ଦାବି
- Post published:February 26, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
