CADLAB

ତୈଳ ଅପମିଶ୍ରଣ ଆଡ୍ଡାରେ ଚଢ଼ଉ

ଟ୍ୟାଙ୍କର ଓ ୩ ପିକ୍‌ଅପ୍ ଜବତ; ୪ ଗିରଫ

0

ଅନୁଗୁଳ: ହଣ୍ଡପା ଥାନା ଇଲାକା ତଥା ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକାଧିକ ଚୋରା ତୈଳ ଅପମିଶ୍ରଣ ଆଡ଼ଡ଼ାରେ ଚଢ଼ଉ କରିଛି ଅନୁଗୁଳ ପୁଲିସ ସ୍ପେଶାଲ ସ୍କ୍ୱାଡ୍। ହଣ୍ଡପା ଥାନା ପ୍ରତାପପୁର ନିକଟରେ ବୁଧବାର ବିଳମ୍ବିତ ରାତିରେ ପୁଲିସ ଚଢ଼ଉ କରି ୩ଟି ପିକଅପ୍ ଭ୍ୟାନ୍ ସହ ଗୋଟିଏ ଟ୍ୟାଙ୍କର ଜବତ କରିଛି । ଡିଜେଲ୍ ଓ କିରୋସିନ୍‌ ଜବତ କରାଯିବା ସହ ଚୋରା ତେଲ ଅପମିଶ୍ରଣ କାରବାରରେ ସଂପୃକ୍ତ ୪ ଜଣଙ୍କୁ ପୁଲିସ ଗିରଫ କରିଛି । ସୂଚନାଯୋଗ୍ୟ, ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ୧୦ରୁ ଅଧିକ ଆଡ଼ଡ଼ାରେ ତେଲ ଅପମିଶ୍ରଣ ହେଉଛି । ରାଜପଥରେ ଯାଉଥିବା ଟ୍ୟାଙ୍କରଗୁଡ଼ିକରୁ ଡିଜେଲ୍, ପେଟ୍ରୋଲ୍ ଚୋରି କରି କିରୋସିନ୍ ଭର୍ତ୍ତି କରାଯାଇଥାଏ। ଗତ ୧୦ ବର୍ଷ ହେଲା ଏଭଳି କାରବାର ଚାଲି ଆସିଥିବା ଜଣାପଡ଼ିଛି । ତେବେ ପୁଲିସ ତରଫରୁ ଚଢ଼ଉ ଜାରି ରହିଥିବା ବେଳେ ତଦନ୍ତ ବ୍ୟାହତ ହେବା ଆଶଙ୍କାରେ ସବିଶେଷ ସୂଚନା ଦେବାକୁ ପୁଲିସ ଅମଙ୍ଗ ହୋଇଛି ।

Leave A Reply

Your email address will not be published.