ସ୍ଥାୟୀ ନିଯୁକ୍ତି ଦାବି, କଳାବ୍ୟାଚ୍ ପିନ୍ଧି କାର୍ଯ୍ୟ କଲେ ଠିକା କର୍ମଚାରୀ

You are currently viewing ସ୍ଥାୟୀ ନିଯୁକ୍ତି ଦାବି, କଳାବ୍ୟାଚ୍ ପିନ୍ଧି କାର୍ଯ୍ୟ କଲେ ଠିକା କର୍ମଚାରୀ

ଛେଣ୍ଡିପଦା: ଅଲ ଓଡ଼ିଶା ଠିକା କର୍ମଚାରୀ ସଂଘର ଆହ୍ବାନ କ୍ରମେ ଛେଣ୍ଡିପଦା ବ୍ଲକର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ଠିକା କର୍ମଚାରୀମାନେ ଆଜି ଠାରୁ କଳାବ୍ୟାଚ୍ ପିନ୍ଧି କାର୍ଯ୍ୟ କରୁଛନ୍ତି।

ସରକାର ୫୭ ହଜାର କର୍ମଚାରୀଙ୍କୁ ସ୍ଥାୟୀ କରିଥିବା ବେଳେ ସେମାନଙ୍କୁ ସ୍ଥାୟୀ କରିନାହାନ୍ତି। ଏହାକୁ ପ୍ରତିବାଦ କରି ଆଜି ଅର୍ଥାତ୍ ୧୪ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ କର୍ମଚାରୀମାନେ କଳା ବ୍ୟାଚ୍ ପିନ୍ଧି କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଛେଣ୍ଡିପଦା ବ୍ଲକ, ତହସିଲ, ବନବିଭାଗ, ଥାନାର ଡାଟା ଏଣ୍ଟ୍ରି, କେନ୍ଦୁଲିଫ, ଆଦର୍ଶ ବିଦ୍ୟାଳୟ, ସ୍ଵାସ୍ଥ୍ୟ ବିଭାଗ ସମେତ ଛେଣ୍ଡିପଦା ବ୍ଲକର ଅନେକ ସରକାରୀ କାର୍ଯ୍ୟାଳୟର ପ୍ରାୟ ୨୫୦ କର୍ମଚାରୀ କଳାବ୍ୟାଚ୍ ପିନ୍ଧି ଅଫିସରେ କାର୍ଯ୍ୟ କରିଛନ୍ତି ।

ସରକାର ଯଥା ଶୀଘ୍ର ଠିକା କର୍ମଚାରୀଙ୍କୁ ସ୍ଥାୟୀ ଘୋଷଣା ନ କଲେ ୨୬ ତାରିଖ ଦିନ ଠିକା କର୍ମଚାରୀମାନେ ବିଧାନସଭା ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।

Share

Leave a Reply