ତାଳଚେର: ତାଳଚେରକୁ ଜିଲ୍ଲାର ମାନ୍ୟତା ଦେବା ଦାବିରେ ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସୋମବାର ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ସୁରକ୍ଷା ମଞ୍ଚର କହିବାନୁଯାୟୀ, ଭାରତ ସ୍ୱାଧୀନ ହେବା ପୂର୍ବରୁ ମଧ୍ୟ କଳାହୀରାରର ସନ୍ଧାନ ପରେ ଇଂରେଜ ମାନେ ତାଳଚେରରୁ କୋଇଲା ଉତ୍ପାଦନ କରି ବେପାର ବାଣିଜ ସୁଗମ କରିଥିଲେ। ଏଠାରୁ ବର୍ଷକୁ ୧୦୦ ଲକ୍ଷ ଟନ୍ କୋଇଲା ଉତ୍ପାଦନ କରାଯାଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶହ ଶହ କୋଟି ଟଙ୍କା ରାଜସ୍ୱ ଆୟ କରୁଛନ୍ତି। ସ୍ୱାଧୀନତା ପରେ ତାଳଚେର ଢେଙ୍କାନାଳ ଜିଲ୍ଲାର ଏକ ଅଂଶ ଥିଲା। ୧୯୯୩ ମସିହାରେ ୪ ଟି ଉପଖଣ୍ଡକୁ ନେଇ ଅନୁଗୁଳ ଜିଲ୍ଲା ଗଠିତ ହୋଇଥିଲା। ସ୍ୱାଧୀନ ପର ଠାରୁ ରାଜ୍ୟ ଓ କେନ୍ଦ୍ରର ରାଜକୋଷକୁ ଏକ ସିଂହ ଭାଗ ଯୋଗଦାନ କରିଥିବା ବେଳେ ଏପର୍ଯ୍ୟନ୍ତ ତାଳଚେରର କୌଣସି ସାମଗ୍ରୀକ ବିକାଶ ହୋଇ ପାରିଲା ନାହିଁ। ତେଣୁ ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ତାଳଚେରକୁ ଜିଲ୍ଲା ମାନ୍ୟତା କରିବା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।